ପ୍ରତ୍ୟେକ ମଣିଷ ଚାହିଁ ଥାଆନ୍ତି ତାଙ୍କ ଜୀବନରେ କୌଣସି ଦୁଃଖକଷ୍ଟ ନରହୁ ଓ ଘରେ ସର୍ବଦା ସୁଖସମୃଦ୍ଧି ଭରି ରହିଥାଉ l ଯେଉଁଥିପାଇଁ ବ୍ୟକ୍ତି କଠିନ ପରିଶ୍ରମ ମଧ୍ୟ କରିଥାଏ l କିନ୍ତୁ ଅଧିକାଂଶ ସମୟରେ ପରିଶ୍ରମ ଅନୁସାରେ ମଧ୍ୟ ଫଳପ୍ରାପ୍ତି ହୋଇ ନଥାଏ l ତେଣୁ କିଛିଟା ବାସ୍ତୁ ଉପାୟକୁ ଆପଣାଇ ଏହିସବୁ ଅସୁବିଧାରୁ ନିଜକୁ ଦୁରେଇ ରଖି ହେବ l
୧) ଯଦି ବ୍ୟବସାୟରେ ଆପଣଙ୍କର ଲଗାତାର ଅନିଷ୍ଟ ହେଉଛି ତେବେ ପ୍ରତିଦିନ ସକାଳୁ ନିଜ ପ୍ରତିଷ୍ଠାନ ମୁଖ୍ୟ ଦ୍ୱାରରେ ଶୁଖିଲା ହଳଦୀ ରେ ସ୍ୱସ୍ତିକ ଚିହ୍ନ କରନ୍ତୁ , କାର୍ଯ୍ୟରେ ସଫଳତା ଲାଭ କରିବାର ଆଶା ରହିଛି l ଏହା ଛଡା ଘରର ଉତ୍ତର ଦିଗରେ ମଧ୍ୟ ସ୍ୱସ୍ତିକ ଚିହ୍ନ କରନ୍ତୁ l ଏହାଦ୍ୱାରା ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଲାଭ କରିବାର ଆଶା ଓ ବିଶ୍ୱାସ ବଢି ଯାଇଥାଏ l ସ୍ୱସ୍ତିକ ଚିହ୍ନ କରିବା ଦ୍ୱାରା ବାସ୍ତୁ ଦୋଷ କଟି ଯାଇଥାଏ l ଘରର ମୁଖ୍ୟ ଦ୍ୱାରରେ ଅଷ୍ଟଧାତୁ ର ସ୍ୱସ୍ତିକ ଚିହ୍ନ କରନ୍ତୁ l
୨) ଧନ ଓ ସୁଖରେ ବୃଦ୍ଧି ପାଇଁ ନୃତ୍ୟ କରୁଥିବା ଗଣେଶ ଙ୍କ ମୂର୍ତି ଘରେ ରଖିବା ଖୁବ ଶୁଭ ଅଟେ l ଗଣେଶଙ୍କ ଏଭଳି ପ୍ରତିମା ଏପରି ସ୍ଥାନରେ ରଖନ୍ତୁ ଯେଉଁଠି ଘରର ପ୍ରତ୍ୟେକ ସଦସ୍ୟ ଙ୍କ ଦୃଷ୍ଟି ପଡୁଥିବ l ଏହା ମଧ୍ୟ ଧ୍ୟାନ ରଖନ୍ତୁ ଯେ ଏହି ମୂର୍ତ୍ତିର ମୁଖ ଦକ୍ଷିଣ ଦିଗକୁ ରହିବ l
୩) ଜୁନ୍ ମାସରେ ଧନଧାନ୍ୟ ସୁଖସମୃଦ୍ଧି ଲାଭ କରିବା ପାଇଁ ମାତା ଲକ୍ଷ୍ମୀ ଓ କୁବେରଙ୍କ ମୂର୍ତି ଗୋଟିଏ ସ୍ଥାନରେ ସ୍ଥାପନା କରନ୍ତୁ ଓ ଏହି ମୂର୍ତ୍ତିକୁ ସ୍ଥାପନ କରିବା ପାଇଁ ଉତ୍ତର ଦିଗ ହେଉଛି ସବୁଠୁ ଶୁଭ ଦିଗ ନଚେତ ଉତ୍ତର ପୂର୍ବ ଦିଗରେ ରଖନ୍ତୁ l
୪) ଆପଣ ଘରେ ଗୋଟିଏ ଆକ୍ଷି ଥିବା ନଡ଼ିଆ ସ୍ଥାପନା କରନ୍ତୁ ଏପରି କରିବା ଦ୍ୱାରା ଘରକୁ ସକାରାତ୍ମକ ଶକ୍ତି ଆସିଥାଏ ଓ ଧନ ବୈଭବ ବୃଦ୍ଧି ହୋଇଥାଏ l