ଆମ ହିନ୍ଦୁ ଧର୍ମରେ ବାସ୍ତୁଶାସ୍ତ୍ର କୁ ଖୁବ ଗୁରୁତ୍ୱ ଦିଆ ଯାଇଥାଏ l ଆମେ ବାସ୍ତୁ ର ଏହି ଛୋଟଛୋଟ ଉପାୟକୁ ଆପଣାଇ ନିଜ ଜୀବନରେ ସମୃଦ୍ଧି ଲାଭ କରି ପାରିବା l ଆଜି ଆମେ ଜାଣିବା ଯଦି ଘରେ ଏହି ଛୋଟ ଉପାୟତି କଲେ ତେବେ ମାତା ଲକ୍ଷ୍ମୀଙ୍କ କୃପା ଲାଭ ହୋଇ ପାରିବ l
* ଫଳ ଖାଇବା ଖୁବ ଭଲ ଅଭ୍ୟାସ l ଆମେ ଫଳ ଓ ପରିବା କାଟିବା ପରେ ଏହାର ଚୋପାକୁ ଡଷ୍ଟବିନ ରେ ପକାଇ ଦେଇଥାଉ l କିନ୍ତୁ ବାସ୍ତୁକାର ଙ୍କ ମତରେ ଏହା ଠିକ ନୁହେଁ ଯଦି ଆମେ ଏହି ଚୋପାକୁ ଘର ମଧ୍ୟରେ ନଫିଙ୍ଗି ବାହାରେ ଗୋଟିଏ ଏପରି ସ୍ଥାନରେ ରଖିବା ଯେଉଁଠି ଅଳିଆ ପଡୁ ଥିବ ତେବେ ଆପଣଙ୍କୁ ବ୍ୟବସାୟ ଓ ଚାକିରୀ ରେ ଶୁଭ ଖବର ମିଳିବ l
* ଶୁକ୍ଳ ପକ୍ଷରେ ମିଶ୍ରି ରେ ଖିରି ପ୍ରସ୍ତୁତ କରନ୍ତୁ, ଏହାପରେ ଏହି ଖିରି କୁ ଘର ବାହାରେ କୌଣସି ଛକ ସ୍ଥାନ ରେ ରଖିଦେବେ ତେବେ ଆପଣଙ୍କ ଜୀବନରୁ ବିପଦ ଦୁରେଇ ଯିବ ଓ ବ୍ୟବସାୟ ରେ ଉନ୍ନତି ଲାଭ କରିବେ l
* ଯେବେବି ଖାଦ୍ୟ ପ୍ରସ୍ତୁତ ହେଉଛି ପ୍ରଥମେ ଖାଦ୍ୟ ଘରର ବୟୋଜ୍ୟେଷ୍ଠ ବୃଦ୍ଧ କିମ୍ବା ବୃଦ୍ଧା ଙ୍କୁ ଖାଇବାକୁ ଦିଅନ୍ତୁ l ଏହାଦ୍ୱାରା ମା ଲକ୍ଷ୍ମୀଙ୍କ କୃପା ଲାଭ କରିବେ ଓ ଜୀବନରେ ସଫଳତା ପାଇବେ l
* ପ୍ରତିଦିନ ସକାଳୁ ଉଠି ଗୁରୁଜନଙ୍କ ପାଦ ସ୍ପର୍ଶ କରନ୍ତୁ l ଏପରି କଲେ ପ୍ରତିଟି କାର୍ଯ୍ୟରେ ସଫଳତା ଲାଭ କରିବେ l