Odisha news

ଓଡ଼ିଶା ଲଳିତ କଳା ଏକାଡେମୀ ଦ୍ଵାରା ଚିତ୍ରଶିଳ୍ପୀ ବସନ୍ତ ପଣ୍ଡାଙ୍କ ଶ୍ରାଦ୍ଧ ଦିବସ ପାଳନ

0

ଭୁବନେଶ୍ଵର ୨୩/୧୧ ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ଦିବଙ୍ଗତ ଚିତ୍ରଶିଳ୍ପୀ ବସନ୍ତ ପଣ୍ଡାଙ୍କ ଶ୍ରାଦ୍ଧ ଦିବସ ସଂସ୍କୃତି ଭବନ ପରିସରରେ ପାଳନ କରାଯାଇଛି ଔଶ୍ରାଦ୍ଧ ଦିବସ ଅବସରରେ ବିଶିଷ୍ଟ କଳା ଐତିହାସିକ ତଥା ବିଭୁତି କାନୁନଗୋ ଚାରୁ ଓ କାରୁ କଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ଼ ଅଲେଖ ଚରଣ ସାହୁ ଓ ଏକାଡେମୀର କାର୍ଯ୍ୟକାରୀସଦସ୍ୟତଥା ଚିତ୍ରଶିଳ୍ପୀ ବିଜୟ ପରିଡ଼ା ପ୍ରମୁଖ ଅତିଥିରୂପେ ଯୋଗ ଦେଇ ଶିଳ୍ପୀଙ୍କ ସ୍ମୃତି ଚାରଣ କରିଥିଲେ । ପ୍ରାରମ୍ଭରେ ଏକାଡେମୀର ସଚିବ ଶ୍ରୀ ପଞ୍ଚାନନ ସାମଲ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ଅତିଥିମାନେ ଶିଳ୍ପୀଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ବସନ୍ତ ପଣ୍ଡା ଓଡ଼ିଶାର କଳା ଆନ୍ଦୋଳନର ଜଣେ ଆଦ୍ୟ ଶିଳ୍ପୀ ଔବସନ୍ତ ପଣ୍ଡାଙ୍କ କଳାଶିକ୍ଷା କୋଲକାତାଆର୍ଟ ସ୍କୁଲରେ ହୋଇଥିଲା ଔ ସେଠାରେ ପାଠପଢା ସମୟରେ ସେ କଳାକ୍ଷେତ୍ରରେ ନିଜର ପ୍ରତିଭାର ବିକାଶ କରିଥିଲେ ଏବଂ କୋଲକାତା ଆର୍ଟ ସ୍କୁଲର ସର୍ବଶ୍ରେଷ୍ଠ ଛାତ୍ର ମାନ୍ୟତା ପାଇଥିଲେ ଏବଂ ପରେ ପରେ ନିଜର ସୃଜନଶୀଳ ପାରଦର୍ଶୀତା ପାଇଁ ଗୋଲ୍ଡ ମେଡାଲ ମଧ୍ୟ ପାଇଥିଲେ ଔ ଜଣେ ଆର୍ଟ ଟିଚର ଭାବରେ ସେ କିଛି ବର୍ଷ ପୁରୀ, ୮ ବର୍ଷ ବାଲେଶ୍ଵର, ଜୀବନର ଶେଷ ପର୍ଯ୍ୟନ୍ତ କଟକ ସେକେଣ୍ଡାରୀ ଟ୍ରେନିଂ ସ୍କୁଲରେ କଳାଶିକ୍ଷକ ଭାବେନିଯୁକ୍ତ ଥିଲେ ଔ ୧୯୩୫ ରେ ସାତଟି ରୌପ୍ୟ ପଦକ ପାଇଥିବା ବେଳେ ୧୯୪୭ ରେ ଆକାଡେମୀ ଅଫ୍ ଫାଇନ ଆର୍ଟ ରୁ କ୍ୟାସ ଆୱାର୍ଡ ସହ ପଦକ ପାଇବାର ହକଦାର ହୋଇଥିଲେ ଔ ସେ ମଧ୍ୟ ନିଜର ସୃଜନଶୀଳ କଳା ପାଇଁ ଓଡ଼ିଶା ଲଳିତ କଳା ଏକାଡେମୀ ପୁରସ୍କାର ପାଇବା ସହ ଏକାଡେମୀର ଜେନେରାଲ କାଉନସିଲର ସଦସ୍ୟ ରହି ଓଡ଼ିଶା କଳାକ୍ଷେତ୍ରରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ଔତାଙ୍କ ଚିତ୍ରରେ ଓଡ଼ିଶାର ଜନ ଜୀବନ ପରମ୍ପରା ଏବଂ ଓଡ଼ିଆପଣ ବାରି ହୋଇଉଠେ ଔ ଜଳରଙ୍ଗ ଚିତ୍ର ଏବଂ ପାରମ୍ପରିକ ଭାରତୀୟ ଚିତ୍ର ଶୈଳୀରେ ସୃଜନଶୀଳ ଢଙ୍ଗରେ ଉପସ୍ଥାପନା କରିବା ତାଙ୍କର ବୈଚିତ୍ର ଯୁବ ଚିତ୍ରଶିଳ୍ପୀମାନଙ୍କୁ ଅନୁପ୍ରାଣିତ କରିବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେଔ

Govt
Leave A Reply