Odisha news

ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ କରି ଯୋଗ ଶିକ୍ଷକ ଗିରଫ

0

ବାରିପଦା : ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅଞ୍ଚଳର ଜଣେ ଶିକ୍ଷୟିତ୍ରୀଙ୍କୁ ଜଣେ ଯୋଗ ଶିକ୍ଷକ ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରି ଗିରଫ ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣାରୁ ପ୍ରକାଶ ଯେ, ବେତନଟୀ ଥାନା ଅଞ୍ଚଳର ଜଣେ ଶିକ୍ଷୟିତ୍ରୀଙ୍କୁ ପ୍ରେମ କରି ବିବାହର ପ୍ରଲୋଭନ ଦେଖାଇ ମାନସିକ ଓ ଶାରିରୀକ ନିର୍ଯାତନା ଦେଇ ବାରିପଦା ସହର ପୂର୍ଣ୍ଣଚନ୍ଦ୍ରପୁର ଅଞ୍ଚଳର ଜ୍ୟୋତିର୍ମୟୀ ବାରିକ ଗିରଫ ହୋଇଛନ୍ତି ।

ଏହି ଶିକ୍ଷକଜଣଙ୍କ ବିଭିନ୍ନ ସମୟରେ ଶିକ୍ଷୟିତ୍ରୀଙ୍କ ସହ ଶାରିରୀକ ସମ୍ପର୍କ ରଖିଆସିଥିଲେ । ପରେ ଉକ୍ତ ଶିକ୍ଷକଜଣଙ୍କ ବିବାହିତ ବୋଲି ଜଣାପଡିବା ପରେ ଶିକ୍ଷୟିତ୍ରୀଜଣଙ୍କ ବାରିପଦା ଟାଉନଥାନାରେ ଅଭିଯୋଗ କରିଛନ୍ତି । ଏନେଇ ବାରିପଦା ଟାଉନଥାନାରେ ୩୮୪/୨୦ ମାମଲା ରୁଜୁ ହୋଇ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରାଯାଇଛି ।

Leave A Reply