ବାରିପଦା : ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଜାତୀୟ ଗ୍ରାମାଞ୍ଚଳ ଶିକ୍ଷାବୃତ୍ତି(ଏନଆରଟିଏସ) ରେ ଚଳିତ ବର୍ଷ ବାରିପଦା ସ୍ଥିତ ସାଇବିଦ୍ୟା ମନ୍ଦିର ଅଭୂତପୂର୍ବ ସଫଳତା ହାସଲ କରିଛି । ଉକ୍ତ ପରୀକ୍ଷାରେ ଶାମାଖୁଣ୍ଟା ବ୍ଲକର ୧୦ଜଣ ଛାତ୍ରଛାତ୍ରୀ କୃତିତ୍ୱ ଅର୍ଜନ କରିଛନ୍ତି । ହିମାଂଶୁ ହିରଣ୍ମୟ ଧୀର ପ୍ରଥମ, ହି୍ରତିକ୍ କୁମାର ରାଜ୍ ଦ୍ୱିତୀୟ, ବିଷ୍ଣୁପ୍ରିୟା ଧଳ ତୃତୀୟ, ଶୁଭମ୍ ମୁଦି ଚତୁର୍ଥ, ସତ୍ୟ ଶୁଭମ୍ ମୁଣ୍ଡା ପଞ୍ଚମ, ବର୍ଷାରାଣୀ ବେହେରା ଷଷ୍ଠ, ସୀମା ବେଶ୍ରା ସପ୍ତମ, ମିତାସିନୀ ମାଝୀ ଅଷ୍ଟମ, ଶୁଭସ୍ମିତା ସେଠୀ ନବମ ଏବଂ ଚିନ୍ମୟ ବେହେରା ଦଶମ ସ୍ଥାନ ଗ୍ରହଣ କରି ବିଦ୍ୟାଳୟର ଗୌବର ଆଣିଦେଇଛନ୍ତି । ଏ ସମସ୍ତ କୃତୀ ଛାତ୍ରଛାତ୍ରୀଗଣ ଟିକରପଡା ଉଚ୍ଚ ବିଦ୍ୟାଳୟ ପକ୍ଷରୁ ପରୀକ୍ଷା ଦେଇଥିଲେ । ସେହିପରି ବାରିପଦା ପୌରାଞ୍ଚଳ ଅନ୍ତର୍ଗତ ବିଦ୍ୟା ବିହାର ଉଚ୍ଚ ବିଦ୍ୟାଳୟ ପକ୍ଷରୁ ପରୀକ୍ଷା ଦେଇଥିବା ଦୁଇଜଣ ଛାତ୍ର ଅଭିଷେକ୍ ରଣା ପଞ୍ଚମ ଓ ସ୍ୱାଧିନ ପାତ୍ର ନବମ ସ୍ଥାନ ଗ୍ରହଣ କରି ଗୌରବ ବଢାଇଛନ୍ତି । ଏହି ଅଭୂତ ପୂର୍ବ ସଫଳତା ପାଇଁ ସାଇ ବିଦ୍ୟାମନ୍ଦିରର ନିଦେ୍ର୍ଦଶକ ତଥା ଚେୟାରମ୍ୟାନ୍ ଡଃ ପ୍ରଭଞ୍ଜନ ରାଉତ, ପ୍ରଧାନ ଶିକ୍ଷକ ଆଶିଷ କୁମାର ହୋତା କୃତୀ ଛାତ୍ରଛାତ୍ରୀଙ୍କୁ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇବା ସହିତ ତାଙ୍କର ଭବିଷ୍ୟତ ଉଜ୍ଜଳ କାମନା କରିଥିଲେ । ଏହି ସଫଳାତର ଶ୍ରେୟ ପିତାମାତା, ଶିକ୍ଷକ, ଶିକ୍ଷୟିତ୍ରୀ ତଥା ଜଗତରନାଥ ଜଗନ୍ନାଥଙ୍କୁ କୃତୀ ଛାତ୍ରଛାତ୍ରୀଗଣ ପ୍ରଦାନ କରିଛନ୍ତି ।