ବାରିପଦା : ଓଡିଶା ସରକାରୀ ହାଇସ୍କୁଲ (ମାଧ୍ୟମିକ) ଏନ୍ପିଏସ ଶିକ୍ଷକ ସଂଘ ମୟୂରଭଞ୍ଜ ଶାଖା ପକ୍ଷରୁ ଦୁଇଦଫା ଦାବି ପୂରଣ ପାଇଁ ଉଭୟ ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ସଚିବଙ୍କ ଉଦେ୍ଦଶ୍ୟରେ ଜିଲ୍ଲାପାଳ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଆଜିକୁ କିଛି ମାସ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ମାଟିରୁ ଚୁକ୍ତିଭିତ୍ତିକ ପ୍ରଥାର ଉଛେଦ କରିବା ନେଇ ଏକ ଐତିହାସିକ ନିଷ୍ପତ୍ତି ଘୋଷଣା କରିଥିଲେ । ଯେଉଁ ମାନେ ଚୁକ୍ତିଭିତ୍ତିକ / ଠିକା ଭାବେ ଓଡିଶା ସରକାରଙ୍କ ଅଧିନରେ ଚାକିରୀ କରୁଥିଲେ ସେମାନେ ନିୟମିତ ହେବେ ବୋଲି ସରକାର ବିଧିବୋଧ ବିଜ୍ଞପ୍ତି ମଧ୍ୟ ପ୍ରକାଶ କଲେ । ଏହି ବିଜ୍ଞପ୍ତି ଘୋଷଣା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ବିଜ୍ଞପ୍ତିକୁ ନେଇ ବହୁ ଅସଙ୍ଗତି ସୃଷ୍ଟି ହୋଇଥିଲା । ବିଜ୍ଞପ୍ତି ଅନୁସାରେ ୨୦୧୩ ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମ ଅନୁସାରେ ଯେଉଁମାନେ ନିଯୁକ୍ତି ପାଇଁଛନ୍ତି କେବଳ ସେହିମାନେ ହିଁ ଉପକୃତ ହେବେ ବୋଲି ଉଲ୍ଲେଖ କରାଯାଇଥିଲା । ଅର୍ଥାତ ୨୦୦୪ ରୁ ୨୦୧୩-୧୪ ମସିହା ମଧ୍ୟରେ ନିଯୁକ୍ତି ପାଇଥିବା ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ଏହି ବିଜ୍ଞପ୍ତି ଅନୁସାରେ କୌଣସି ସୁବିଧା ପାଇବେନି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ଏବଂ ୨୦୧୩ ନିଯୁକ୍ତି ନିୟମରେ ଯେଉଁମାନେ ନିଯୁକ୍ତି ପାଇଥିଲେ ସେମାନେ ଚାକିରୀର ଯୋଗଦାନ କରିଥିବା ପ୍ରଥମ ଦିନରୁ ତାଙ୍କର ଚାକିରୀ ସମୟକୁ ଗଣନା କରାଯିବ ସହ ତାଙ୍କୁ ନ୍ୟାସନାଲ ଇଂକ୍ରିମେଣ୍ଟ ପ୍ରଦାନ କରାଯିବ ବୋଲି ନିଦେ୍ର୍ଦଶନାମାରେ ଉଲ୍ଲେଖ କରାଯାଇଥିଲା । ଏହି ବିଜ୍ଞପ୍ତିରେ ରହିଥିବା ଶିକ୍ଷକ ଶିକ୍ଷକ ମଧ୍ୟରେ ପାତର ଅନ୍ତର ନୀତି ବିରୋଧରେ ପୁନର୍ବାର ସରକାର ବିଚାର କରନ୍ତୁ ଏବଂ ସମସ୍ୟାର ସମାଧାନ ଦିଗରେ ତୁରନ୍ତ ନିଷ୍ପତି ଗ୍ରହଣ କରନ୍ତୁ ବୋଲି ନୂତନ ପେନସନ ଯୋଜନାଭୁକ୍ତ ଶିକ୍ଷକ ସଙ୍ଘ ପକ୍ଷରୁ ସରକାରଙ୍କ ପାଖରେ ଦୃଢଦାବି ବାରମ୍ବାର ଜଣାଯାଇଥିଲା ଏବଂ ପରେ ସରକାର କୌଣସି ସମାଧାନ ନକରିବାରୁ ଦୁଇଦଫା ଦାବୀ ପୂରଣ ନେଇ ଦୁଇଦୁଇଟି ବଡ଼ ଆନେ୍ଦାଳନ ମଧ୍ୟ କରାଯାଇଥିଲା । ଏହି ଆନେ୍ଦାଳନରେ ଦାବୀ ପୂରଣ ନିମନ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ରାଜ୍ୟ ନେତୃତ୍ୱ ମାନଙ୍କ ସହ ଆଲୋଚନା କରିବା ସହିତ ପ୍ରତିଶୃତି ଦେଇଥିଲେ ଯେ, ଦୁଇଟି ଦାବୀ ପୂରଣ କରାଯିବ ବୋଲି । ପ୍ରତିଶୃତି ମିଳିବା ପରେ ରାଜ୍ୟ ସଂଘ ଚାଲିଥିବା ଆନେ୍ଦାଳକୁ ସ୍ଥଗିତ ରଖିଥିଲା । କିନ୍ତୁ ଏହା ପରେ ମଧ୍ୟ ସରକାର କିଛି ବ୍ୟାଚର ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କୁ ପେ ପ୍ରୋଟେକ୍ସନ ଭଳି ଏକ ଅସାମ୍ବିଧାନିକ ପ୍ରଣାଳୀ ପ୍ରୟୋଗ କରି ୨୦୧୦ ରୁ ୨୦୧୬ ବ୍ୟାଚର ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କର ଦରମାକୁ ସମାନ କରିଦେଇ କିଛି ବର୍ଷ ଲେଖାଏଁ ଚୁକ୍ତିଭିତ୍ତିକ ଚାକିରି ସମୟକୁ ନିୟମିତ ଚାକିରୀ ଭାବେ ଯୋଗ କଲେ ଏବଂ ୨୦୦୪ ରୁ ୨୦୦୯ ବ୍ୟାଚରେ ନିଯୁକ୍ତି ପାଇଥିବା ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କୁ କୌଣସି ସୁବିଧା ପାଇବାରୁ ସପୂର୍ଣ୍ଣ ଭାବରେ ବଞ୍ଚିତ କଲେ । ଯାହାକୁ ଓଡିଶା ସରକାରୀ ହାଇସ୍କୁଲ(ମାଧ୍ୟମିକ) ନୂତନ ପେନସନ ଯୋଜନାଭୁକ୍ତ ଶିକ୍ଷକ ସଂଘ ସମ୍ପୂର୍ଣ୍ଣ ଭାବରେ ବିରୋଧ କରିଛି । ତେଣୁ ଦୁଇଦଫା ଦାବି ପୂରଣ ପାଇଁ ଓଡିଶା ସରକାରୀ ହାଇସ୍କୁଲ(ମାଧ୍ୟମିକ) ନୂତନ ପେନସନ ଯୋଜନାଭୁକ୍ତ ଶିକ୍ଷକ ସଂଘ, ମୟୂରଭଞ୍ଜ ଆଜି ଦାବିପତ୍ର ପ୍ରଦାନ କରିଛି ଏବଂ ୨୫ତାରିଖ ସୁଧା ଦାବି ପୂରଣ ନହେଲେ ରାଜ୍ୟ ସଂଘର ଡାକରାରେ ଆସନ୍ତା ସେପ୍େଟମ୍ବର ୨୬ତାରିଖରେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଆନେ୍ଦାଳନକୁ ଓହ୍ଲାଇବେ ବୋଲି ନିଷ୍ପତି ଗ୍ରହଣ କରିଛନ୍ତି । ଦୁଇଦଫା ଦାବି ଯଥା ୨୦୦୪ ରୁ ୨୦୧୩- ମଧ୍ୟରେ ନିଯୁକ୍ତ ଶିକ୍ଷକ / ଶିକ୍ଷୟିତ୍ରୀ ମାନଙ୍କର ୬ବର୍ଷ ଚୁକ୍ତି ଅବଧିକୁ ମୂଳ ନିୟମିତ ଚାକିରି କାର୍ଯ୍ୟ ସମୟ ସହ ଯୋଗ କରିବା ସହ ୬ଗୋଟି ନ୍ୟାସନାଲ ଇଂକି୍ରମେଣ୍ଟ ପ୍ରଦାନ କରିବା ଏବଂ ପୂରୁଣା ପେନସନ ପ୍ରଦାନ କରିବା, ଆଦି ଦାବି ନେଇ ରାଜ୍ୟ ସଂଘ ଆନେ୍ଦାଳନକୁ ଓହ୍ଲାଇବ ବୋଲି କଡା ଚେତାବନି ଦେଇଛନ୍ତି ରାଜ୍ୟ ସଂଘର ଆବାହକ ବିଶ୍ୱଜିତ ବିଶ୍ୱାଳ । ସରକାରଙ୍କର ଏହି ଶିକ୍ଷକ ମାରଣାନୀତିକୁ ଦୃଢ ଜବାବ ଦିଆଯିବ ବୋଲି ମୟୂରଭଞ୍ଜ ଜିଲ୍ଲା ସଂଘର ସଭାପତି ଜ୍ଞାନରଞ୍ଜନ ଆଚାର୍ଯ୍ୟ କହିଛନ୍ତି । ଆନେ୍ଦାଳନ ହେଲେ ବିଦ୍ୟାଳୟ ମାନଙ୍କରେ ଯାହା ବି ପାଠପଢାରେ ବ୍ୟାଘାତ ହେବ ତାହା ପାଇଁ ସରକାର ଦାୟୀ ରହିବେ ବୋଲି ସମ୍ପାଦକ ହରିଶ ଚନ୍ଦ୍ର ଦାଶ, ଆବାହକ ତପନ କୁମାର ବାରିକ, କୋଷାଧକ୍ଷ ଭୀଷ୍ମଦେବ ମହାନ୍ତ, ବିକାଶ ମାଈତି, ପ୍ରକାଶ ପ୍ରଧାନ, ରାଣୀ ମାର୍ଣ୍ଡି, ଆରତୀ ଟୁଡୁ, ରଘୁନାଥ ନାୟକ, ସୁମିତ୍ରା ଦାସ, କଳ୍ପନା ନନ୍ଦୀ, ସୁଜାତା ଭଦ୍ର, ମଞ୍ଜୁଶ୍ରୀ ସାହୁ, ସୁପ୍ରିୟା ତରାଇ, ପଦ୍ମାବତୀ ହାଁସଦାଃ, ମାନସୀ ସି, ରଶ୍ମି ସଏ, କୁଳମଣି ଭୋଇ, ପ୍ରଭାତ ଜେନା, ରାଜେଶ ଶୁଭଙ୍କର, ସୁରେଶ ଚନ୍ଦ୍ର ମହାନ୍ତ, ଅତସୀ କୁଣ୍ଡୁ, ଆଶିଷ ମହାନ୍ତ, ଅଜିତ ମହାନ୍ତି, ମାଳତୀ ହେମ୍ବ୍ରମ, ମୁରଲୀ ଧଳ, ପ୍ରିୟବ୍ରତ ବେହେରା, କବିତା ନାୟକ, ସୂର୍ଯ୍ୟ ପ୍ରକାଶ ନାୟକ, ପ୍ରଭାତ ପଣ୍ଡିତ, ମନୋଜ ପରିଡା, ସରୋଜ ମହାନ୍ତ, ତପନ ଓଝା, ଜୟନ୍ତ ପାତ୍ର ଓ ସାଶ୍ୱତ ବେହେରା ପ୍ରମୁଖ ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି ।