Odisha news

ରାଜ୍ୟ ବିଦୁ୍ୟତ୍ ଶ୍ରମିକ କର୍ମଚାରୀ ସଂଘର ଜରୁରୀ ବୈଠକ ଅନୁଷ୍ଠିତ

0

ବାରିପଦା  : ରାଜ୍ୟ ବିଦୁ୍ୟତ୍ ଶ୍ରମିକ କର୍ମରାରୀ ସଂଘର ବାରିପଦା ଶାଖା ଠାରେ ଏକ ଜରୁରୀ ବୈଠକ ସଂଘର ସ୍ଥାୟୀ ସଭାପତି ପ୍ରଶାନ୍ତ କୁମାର ମହାପାତ୍ରଙ୍କ ନେତୃତ୍ୱରେ ବାରିପଦାର ସଂଘର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସଂଘର ସାଧାରଣ ସମ୍ପାଦକ ଅକ୍ଷୟ କୁମାର ତ୍ରିପାଠି, ଉପସଭାପତି କୈଳସ ଚନ୍ଦ୍ର ମହାନ୍ତ, କୋଷାଧ୍ୟକ୍ଷ ସଞ୍ଜିବ ପ୍ରସାଦ ବେହେରା, ଯୁଗ୍ମସମ୍ପାଦକ ହିତେସ କୁମାର ରାଉତ ଓ ବିଜେନ୍ଦ୍ର କୁମାର ଗିରି ପ୍ରମୁଖ ଯୋଗ ଦେଇଥିଲେ । ଉକ୍ତ ବୈଠକରେ କର୍ମଚାରିଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହିତ ଟିପିଏନଡିଓଲର ମୁଖ୍ୟ କର୍ଯ୍ୟନିର୍ବାହି ଅଧିକାରି ଭାସ୍କର ସରକାର ମୁଖ୍ୟ ମାନବ ସମ୍ବଳ ବଲ୍ଲଭ ସିଂଙ୍କ ସହିତ ପ୍ରତିନିଧି ମାନେ ଆଲୋଚନା କରି ଆଉଟ ସୋର୍ସ କର୍ମଚାରି ମାନଙ୍କୁ ସ୍ଥାୟୀ କରିବା ସହିତ, ମିଟର ରିଡର ଓ ଆନ୍ୟାନ୍ୟ ଠିକା କର୍ମରାରି ମାନଙ୍କୁ ଠିକ୍ ସମୟରେ ଦରମା ପ୍ରଦାନ କରିବାପାଇଁ ଆଲୋଚନା କରିବା ସହିତ ଟେକ୍ନିକାଲ କର୍ମରାରିଙ୍କ ପଦବି ବୃଦ୍ଧି କରିବା ସହିତ ଚାର୍ଜମ୍ୟାନ୍ ଟ୍ରେନିଂ, ଓ ସୁପର ଭାଇଜର ମାନଙ୍କୁ ପଦନ୍ନୋତି ଦେବାକୁ ଦାବି କରାଯାଇଥିଲା ।

ଚଳିତ ବର୍ଷ ସଂଘର ରାଜ୍ୟସ୍ତରିୟ ୬୦ତମ ବାର୍ଷିକ ସମ୍ମିଳନୀ ବାରିପଦାରେ ଡିସେମ୍ବର ମାସ ୨୧, ୨୨, ୨୩ତାରିଖ ତିନିଦିନ ଧରି ଶହିଦ ସ୍ମୃତି ଭବନରେ ପାଳନ କରାଯିବା ସହ ଓଡିଶାର ୩୦ଟି ଜିଲ୍ଲାରୁ ଏକହଜାରରୁ ଉର୍ଦ୍ଧ ପ୍ରତିନିଧି ଯୋଗଦେବା ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେବେ ବୋଲି ସ୍ଥାୟୀ ସଭାପତି ପ୍ରକାଶ କରିବା ସହିତ ପ୍ରତିନିଧି ମାନଙ୍କର ରହିବା ଖାଇବା ଦାୟିତ୍ୱ ବାରିପଦା ସର୍କଲ ଆୟୋଜନ କରିଥିବାରୁ, ସଭାପତି ଧନ୍ୟବାଦ ଜଣାଇଥିଲେ । ଯାଜପୁର ସର୍କଲ ପାଇଁ ନାରାୟଣ ନାୟକ ସର୍କଲ ସମ୍ପାଦକ ଭାବେ ମନୋନୀତ ହୋଇଥିବାବେଳେ ୬୦ତମ ବାର୍ଷିକ ସମ୍ମିଳନୀ ବାରିପଦାରେ ହୋଇଥିବାରୁ ବାରିପଦାର ସମସ୍ତ ସାମ୍ବାଦିକ, ଜିଲ୍ଲାପ୍ରଶାସନ, ପୋଲିସ ପ୍ରଶାସନ ଓ ଜନସାଧାରଣ ପ୍ରମୁଖଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଥିବାବେଳେ ଏହି କାର୍ଯ୍ୟକ୍ରମରେ ମନୋରଞ୍ଜନ ମହାନ୍ତ, ବାସୁଦେବ ମାଝୀ, ହୃସିକେସ ମହାନ୍ତ, ଅନିମେଶ ଦାସ ଓ ଜମୁନାରସାଦ ମହାକୁଡ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply