Odisha news

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରିବା ମାମଲାରେ ୩ ଅଭିଯୁକ୍ତଙ୍କୁ ୧୦ବର୍ଷ ସଶ୍ରମ କାରାଦଣ୍ଡ

0

ବାରିପଦା  : ଏକ ଭିନ୍ନକ୍ଷମ ନାବାଳିକାଙ୍କୁ ଦୁଷ୍କର୍ମ ଓ ଗର୍ଭବତୀ କରିବା ମାମଲାରେ ବିଚାର କରି ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ତଥା ସ୍ୱତନ୍ତ୍ର ପୋକ୍ସ ଅଦାଲତର ବିଚାରପତି ସୁମିତା ଜେନା ଅଭିଯୁକ୍ତ ଜଗନ୍ନାଥ ନାଏକ(୩୦) ଓ ସୋନିଆ ନାଏକ(୪୫)ଙ୍କୁ ୧୦ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ହଜାରଟଙ୍କା ଲେଖାଏଁ ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ଅଧିକ ୬ମାସ କାରାଦଣ୍ଡ ଆଦେଶ ଶୁଣାଇଛନ୍ତି । ଅନ୍ୟ ଅଭିଯୁକ୍ତ ନିନି ନାଏକ(୨୫)ଙ୍କୁ ୧୦ବର୍ଷ ସଶ୍ରମ କାରାଦଣ୍ଡ ସହ ୫ହଜାରଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ଅଧିକ ୩ମାସ କାରାଦଣ୍ଡ ଆଦେଶ ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନ୍ଜୀବି ସ୍ୱତନ୍ତ୍ର ପିପି ଅଭିନ୍ନ ପଟ୍ଟନାୟକ ମାମଲା ପରିଚାଳନା କରିଥିଲେ । ଘଟଣାରୁ ପ୍ରକାଶ ଯେ, ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ କେନ୍ଦୁଆଡିହା ଗ୍ରାମର ଜନୈକ ଭିନ୍ନକ୍ଷମ ନାବାଳିକା ଜଣଙ୍କ ଗର୍ଭବତୀ ହେବାର ଜାଣି ନାବାଳିକାଙ୍କ ପିତା ଗ୍ରାମର ସଭାପତିଙ୍କୁ ଜଣାଇଥିଲେ ।

ପରେ ଗ୍ରାମର ସଭାରେ ସେ ଓ ପୀଡିତା ଆସାମୀ ମାନଙ୍କୁ ଯଥା ଜଗନ୍ନାଥ ନାଏକ, ସୋନିଆ ନାଏକ, ଗଜେନ୍ଦ୍ର ନାଏକ, ଗୁଣନିଧି ନାଏକ, ଅଶ୍ୱନୀ ପ୍ରଧାନ, ଜଗନ୍ନାଥ ବିନ୍ଧାଣୀ ଓ ଗୋପିନାଥ ମହାପାତ୍ର ପ୍ରମୁଖଙ୍କୁ ଚିହ୍ନଟ କରିବା ସଙ୍ଗେ ସଙ୍ଗେ ତାଙ୍କୁ ପଚାରିବାରୁ ସେ ଉକ୍ତ ଆସାମୀ ମାନଙ୍କ ବିରୋଧରେ ଯୌନ ନିର୍ଯାତନା କରିବାଥିବାର ଜଣାଇଥିଲେ ଓ ଆସାମୀ ନିନି ନାଏକ ସେମାନଙ୍କ ପାଖରେ ପୀଡିତାଙ୍କୁ ନେଇ ପହଁଞ୍ଚାଏ ବୋଲି ଅଭିଯୋଗ କରିଥିଲେ । ଶାରିରୀକ ସମ୍ପର୍କ ଦ୍ୱାରା ନାବାଳିକା ଜଣଙ୍କ ଗର୍ଭବତୀ ହେବାର ଜାଣି ପରିବାର ପକ୍ଷରୁ ଅଭିଯୋଗ କ୍ରମେ କୁଳିଅଣା ଥାନାରେ ୧୦୪/୧୭ ମାମଲା ରୁଜୁ ହୋଇ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା । ଶୁକ୍ରୁବାର ୨୮ଜଣ ସାକ୍ଷୀ ପ୍ରମାଣକୁ ଭିତ୍ତି କରି ଅଦାଲତ ଉପରୋକ୍ତ ରାୟ ପ୍ରଦାନ କରିବା ସହ ଅନ୍ୟ ଆସାମୀ ମାନଙ୍କୁ ପ୍ରମାଣ ଅଭାବରୁ ଖଲାସ କରିଥିଲେ । ତତ୍ ସଙ୍ଗେ ସଙ୍ଗେ ନାବାଳିକା ପୀଡିତାଙ୍କୁ କ୍ଷତିପୂରଣ ବାବଦାରେ ୭ଲକ୍ଷଟଙ୍କା ଜିଲ୍ଲା ଆଇନ୍ ସହାୟତା କର୍ତ୍ତୃପକ୍ଷ ପୈଠ କରିବାକୁ ମାନ୍ୟବର ଅଦାଲତ ନିଦେ୍ର୍ଦଶ ଦେଇଛନ୍ତି ।

Leave A Reply