Odisha news

ଏମପିକେ ଉଚ୍ଚ ବିଦ୍ୟାଳୟର ପୂର୍ବତନ ଶିକ୍ଷୟିତ୍ରୀ ଅଙ୍ଗୁରବାଳା ସାହୁଙ୍କ ପରଲୋକ

0

ବାରିପଦା  : ମହାରାଣୀ ପ୍ରେମ କୁମାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଅଙ୍ଗୁରବାଳା ସାହୁଙ୍କ ପରଲୋକ ହୋଇଯାଇଛି । ସେ ମହାରାଣୀ ପ୍ରେମକୁମାରୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ୨୮ଫେବୃଆରୀ ୨୦୦୩ରେ ଅବସର ଗ୍ରହଣ କରିଥିଲେ । ସେ ଜଣେ ବହୁତ ମେଳାପି ତଥା ସ୍ନେହୀ ଲୋକଥିଲେ । ତାଙ୍କ ପରଲୋକରେ ଭଞ୍ଜପୁର ସ୍ଥିତ ବୁଢିଖମାରୀ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବାବେଳେ ପରଲୋକ ସମୟରେ ତାଙ୍କ ନିକଟରେ ତାଙ୍କ ପୁତ୍ର, ପୁତ୍ରବଧୂ, ଝିଅ, ଜ୍ୱାଇଁ, ନାତି, ନାତୁଣୀ ଓ ଅନ୍ୟ ବନ୍ଧୁବାନ୍ଧବ ମାନେ ଉପସ୍ଥିତ ଥିଲେ । ଦାରଗାଡାଇ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।

Leave A Reply