Odisha news

ବହୁ ଚର୍ଚ୍ଚିତ ପୁତ୍ରବଧୁଙ୍କୁ ଦୁଷ୍କର୍ମ ଓ ଆତ୍ମହତ୍ୟା ପାଇଁ ବାଧ୍ୟ ମାମଲାରେ ଶ୍ୱଶୁରଙ୍କୁ ୧୭ବର୍ଷ ଜେଲ

0

ବାରିପଦା  : ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଘଟିଥିବା ବହୁଚର୍ଚ୍ଚିତ ପୁତ୍ରବଧୁକୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ବିଚାର କରି ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଦୀପକ କୁମାର ଅଭିଯୁକ୍ତ ଶ୍ୱଶୁର ଗୋପାଳ ଖେମକାଙ୍କୁ ୧୭ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ହଜାରଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ଜୋରିମାନ ଅନାଦେୟ ଅଧିକ ୬ମାସ କାରାଦଣ୍ଡ ଆଦେଶ ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ଅକ୍ଷୟ ମହାନ୍ତି ମାମଲା ପରିଚାଳନା କରିଥିଲେ । ଘଟଣାରୁ ପ୍ରକାଶ ଯେ, ୨୦୧୮ ମସିହା ଜାନୁଆରୀ ମାସରେ ରାଇରଙ୍ଗପୁର ସହରର ପ୍ରତିଷ୍ଠିତ ବ୍ୟବସାୟୀ ଗୋପାଳ ଖେମକାଙ୍କ ଏକମାତ୍ର ପୁତ୍ରବଧୁଙ୍କୁ ଜଳନ୍ତା ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ପଡୋଶୀ ରାଜ୍ୟ ଝାଡଖଣ୍ଡର ଜାମଶେଦ୍ପୁରକୁ ସ୍ଥାନାନ୍ତରିତ କରାଯାଇଥିବାବେଳେ ଚିକିସôା ଅବସ୍ଥାରେ ତାଙ୍କର ମୃତୁ୍ୟ ଘଟିଥିଲା । ସେଠାରେ ଚିକିସôିତ ହେଉଥିବା ବୋହୁ ଶିବାଙ୍ଗୀ ଖେମକା ପରିବାର ଲୋକଙ୍କୁ ମୃତୁ୍ୟ ପୂର୍ବରୁ ଶ୍ୱଶୁର କିପରି ତାଙ୍କୁ ବାରମ୍ବାର ଦୁଷ୍କର୍ମ କରୁଥିଲେ ପ୍ରକାଶ କରିବା ସହ ସେ ବଞ୍ଚିବାକୁ ଚାହୁଁନଥିଲେ ବୋଲି ଜଣାଇଥିଲେ । ସେତେବେଳେ ଏହି ଘଟଣା ସାରାରାଜ୍ୟରେ ଚହଳ ପକାଇଥିଲା । ଏନେଇ ରାଇରଙ୍ଗପୁର ଟାଉନ ଥାନାରେ ୬/୧୮ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଶ୍ୱଶୁରଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା । ଶନିବାର ୪୭ଜଣ ସାକ୍ଷୀ ପ୍ରମାଣକୁ ଭିତ୍ତି କରି ଅଦାଲତ ଉପରୋକ୍ତ ରାୟ ପ୍ରଦାନ କରିଛନ୍ତି

Leave A Reply