ବାରିପଦା : ରାଜ୍ୟ ପଂଚାୟତିରାଜ, ପାନୀୟ ଆଇନଜିବୀ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତ ଅବସରରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅସ୍ୱାନ ସମ୍ମିଳନୀ କକ୍ଷରେ ରାଜ୍ୟସ୍ତରରୁ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଭିଡିଓ କନଫରେନ୍ସ ବୈଠକରେ ଯୋଗଦେଇ ଥିଲେ । ଏହି ବୈଠକରେ ବହୁ ଦିନରୁ ଦାବୀ ହୋଇ ଆସୁଥିବା ଉଦଳା ଠାରେ ଏକ ମଲ୍ଟି ପରପଜ ଇନଡୋର ଷ୍ଟାଡିୟମ ପ୍ରତିଷ୍ଠା ପାଇଁ ସିଧାସଳଖ ଭାବେ ଭିଡିଓ କନଫରେନ୍ସରେ ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳର କିଛି କ୍ରିଡାବିତ, ବୁଦ୍ଧିଜିବୀ ଏବଂ ବରିଷ୍ଠ ସମାଜସେବୀ ମାନେ ବୈଠକରେ ଅଂଶଗ୍ରହଣ କରି ୫ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନଙ୍କ ସହ ଆଲୋଚନା କରିଥିଲେ । ବାରିପଦା ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ପଂଚାୟତିରାଜ, ପାନୀୟଜଳ, ଆଇନ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସହିତ ଉଦଳା ଅଂଚଳର ବହୁ କ୍ରୀଡାବିତ, ବୁଦ୍ଧିଜିବୀ, ସମାଜସେବୀ ତଥା ଯୁବ ସ୍ୱେଚ୍ଛାସେବୀ ମାନଙ୍କ ପକ୍ଷରୁ ଏକ ସ୍ମାରକପତ୍ର ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଅନୁରୋଧ କ୍ରମେ ଉପସ୍ଥିତ ରାଜ୍ୟ ପଂଚାୟତିରାଜ, ପାନୀୟଜଳ, ଆଇନ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ଦ୍ୱାରା ଜିଲ୍ଲାସ୍ତରରୁ ରାଜ୍ୟସରକାରଙ୍କ ୫ଟି ସଚିବ ଭି.କେ. ପାଣ୍ଡିୟାନଙ୍କ ଜରିଆରେ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଓଡିଶା କୃଷି ଶିଳ୍ପ ନିଗମର ଅଧ୍ୟକ୍ଷ ଦେବାଶିଷ ମହାନ୍ତି ପ୍ରମୁଖଙ୍କ ସମେତ ଜିଲ୍ଲାର ବହୁ ବୁଦ୍ଧିଜିବୀ ଶିକ୍ଷାବିତ୍ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
Comments are closed.