Odisha news

ପରୀ ହତ୍ୟାକାଣ୍ଡର ସିବିଆଇ ଯାଞ୍ଚ ଓ ମନ୍ତ୍ରୀ ଅରୁଣଙ୍କ ଇସ୍ତଫା ଦାବିରେ ସୂଚନା ଅଧିକାର ଅଭିଯାନର ଧାରଣା

0

ବାରିପଦା : ଓଡିଶା ସୂଚନା ଅଧିକାର ଅଭିଯାନ ମୟୂରଭଞ୍ଜ ଶାଖା ପକ୍ଷରୁ ପରୀ ହତ୍ୟାକାଣ୍ଡର ସିବିଆଇ ଯାଞ୍ଚ ଓ ହତ୍ୟାକାରୀକୁ ତୁରନ୍ତ ଗିରଫ ଦାବିରେ ମୟୂରଭଞ୍ଜ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ମୌନ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ପରୀର ପରିବାର ଓ ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନ ଓ ପରୀଙ୍କୁ ନ୍ୟାୟ ପ୍ରଦାନ ପାଇଁ ଲଢୁଥିବା ସମସ୍ତ ସାମାଜିକ କର୍ମୀଙ୍କୁ ସୁରକ୍ଷା ପ୍ରଦାନ ତଥା ମନ୍ତ୍ରୀ ଅରୁଣ ସାହୁଙ୍କୁ ତୁରନ୍ତ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଏବଂ ରାଜ୍ୟରେ ଶିଶୁ ନିର୍ଯାତନା ବନ୍ଦ କରାଯିବା ପାଇଁ ଦାବି କରାଯାଇଥିଲା ।

ଏଥିସହ ବେବିନା, ଇତିଶ୍ରୀ, ମାଧବୀଲତା ଓ କୁନ୍ଦୁଲି ପୀଡିତା ସସ୍ମିତାଙ୍କ ପରି ପରୀର ହତ୍ୟା ଘଟଣାକୁ ଚାପି ଦେବାର ପ୍ରୟାସକୁ ଦୃଢ ବିରୋଧ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ମୟୂରଭଞ୍ଜ ଶାଖାର ଆବାହକ ସନ୍ତୋଷ ମହାନ୍ତିଙ୍କ ନେତୃତ୍ୱରେ ଚକ୍ରଧର ସାହୁ, ମନୋଜ ପତି, ଗୋପାଳ ସାହୁ, ରାକେଶ ସିଂ, ଅଂଶୁମାନ ଦାସ, ଆଶିଷ ବଶା, ମହେଶ୍ୱର ମହାନ୍ତି, ସଞ୍ଜୟ ମହାକୁଡ, ନିରୋଦ ଗିରି, ଦୟାନିଧି ମହାନ୍ତ, ସୁଶାନ୍ତ ମହାନ୍ତ, କାନ୍ଦ୍ରା ମୁର୍ମୁ, କୁରାମ୍ ମୁର୍ମୁ, ରାଧାନାଥ ମହାନ୍ତ, ସଞ୍ଜୟ ମହାନ୍ତ, ପ୍ରତାପ ମହାନ୍ତ, ଲାଲମୋହନ ମୁର୍ମୁ, ସନ୍ତୋଷ ମହାନ୍ତ, ରାଜେନ୍ଦ୍ର ବିନ୍ଧାଣୀ, ସୁଜିତ ମହାନ୍ତ, ଉତ୍ତମ ପାତ୍ର ଓ ସହଦେବ୍ ହେମ୍ବ୍ରମ ପ୍ରମୁଖ ଯୋଗଦେଇ ବିକ୍ଷୋଭକୁ ସଫଳ କରିଥିଲେ ।

 

Leave A Reply