Odisha news

ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ କପ୍ତିପଦା ବିଦୁ୍ୟତ୍ ବିଭାଗ କନିଷ୍ଠଯନ୍ତ୍ରୀ

0

ବାରିପଦା : ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବିଦୁ୍ୟତ୍ ବିଭାଗର କନିଷ୍ଠଯନ୍ତ୍ରୀ ଇଂ ଅଶ୍ୱିନୀ କୁମାର ଦାସଅଧିକାରୀ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଘଟଣାରୁ ପ୍ରକାଶ ଯେ, କପ୍ତିପଦା ବିଦୁ୍ୟତ୍ କାର୍ଯ୍ୟାଳୟରେ ଏକ ବୋଲେର ଗାଡି ଭଡା ଲାଗିଥିବାବେଳେ ଏହି ଗାଡିର ବକେୟା ଥିବା ବିଲ୍ କରିଦେବା ପାଇଁ ଗାଡି ମାଲିକ ଶିଶିର କୁମାର ନାୟକ ଲାଞ୍ଚୁଆ ଯନ୍ତ୍ରୀ ଶ୍ରୀ ଦାସଅଧିକାରୀଙ୍କୁ ବାରମ୍ବାର ନିବେଦନ କରିଥିଲେ ମଧ୍ୟ ସେ ଲାଞ୍ଚ ମାଗିଥିଲେ ।

ଶେଷରେ ଗାଡି ମାଲିକ ଶିଶିର ନିରୂପାୟ ହୋଇ ବାଲେଶ୍ୱର ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ । ଶୁକ୍ରୁବାର ନିଜ କାର୍ଯ୍ୟାଳୟରେ କନିଷ୍ଠଯନ୍ତ୍ରୀ ଶ୍ରୀ ଦାସଅଧିକାରୀ ଶିଶିରଙ୍କ ଠାରୁ ୧୩ଶହ ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ କର୍ମଚାରୀମାନେ ତାଙ୍କୁ କାବୁ କରିନେଇଥିଲେ । ଏଥିସହ ଶ୍ରୀ ଦାସଅଧିକାରୀଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଚଢଉ କରାଯାଇ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି । ଏନେଇ ଭିଜିଲାନ୍ସ ବିଭାଗରେ ୩୦/୨୦ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଯନ୍ତ୍ରୀଙ୍କୁ ଗିରଫ କରାଯାଇଛି । ବାଲେଶ୍ୱର ଭିଜିଲାନ୍ସ ଏସପି ସନ୍ତୋଷ ମିଶ୍ରଙ୍କ ନିଦେ୍ର୍ଦଶରେ ଭିଜିଲାନ୍ସ କର୍ମଚାରୀମାନେ ଚଢଉରେ ସାମିଲ ହୋଇଥିଲେ ।

Leave A Reply