Odisha news

ମୟୂରଭଞ୍ଜ ଜିଲ୍ଲାପ୍ରଶାସନ ପକ୍ଷରୁ ଅକ୍ଟୋବର ମାସ ପାଇଁ କୋଭିଡ୍-୧୯ ମାର୍ଗଦର୍ଶିକା ଜାରି

0

ବାରିପଦା : ରାଜ୍ୟସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରି·ଳନା ବିଭାଗ ନିଦେ୍ର୍ଦଶ କ୍ରମେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ଅକ୍ଟୋବର ମାସ ପାଇଁ କୋଭିଡ୍ -୧୯ ମାର୍ଗଦର୍ଶିକା ଜାରି କରାଯାଇଛି । ପରିବର୍ତ୍ତିତ ଗାଇଡ୍ ଲାଇନ ନିଦେ୍ର୍ଦଶାନାମାନୁଯାଇ କେବଳ କଣ୍ଟେନମେଣ୍ଟ ଜୋନରେ ଲକ୍ଡାଉନ ଅକ୍ଟୋବର ୩୧ ପ୍ରର୍ଯ୍ୟନ୍ତ ଲାଗୁରହିବ ।

ସ୍ୱାସ୍ଥ୍ୟ ବିଭାଗ ମାର୍ଗଦର୍ଶିକାନୁସାରେ କଣ୍ଟେନମେଣ୍ଟ ଜୋନ ଅଂଚଳରେ କେବଳ ସ୍ୱାସ୍ଥ୍ୟସେବା ଏବଂ ଅତ୍ୟାବଶ୍ୟକୀୟ ସେବା ପ୍ରଦାନ/ଯୋଗାଣ ପାଇଁ ନିୟୋଜିତ ପ୍ରାଧିକୃତ ଅଧିକାରୀ/ଡାକ୍ତର/କର୍ମ·ରୀ ବ୍ୟତିତ କୌଣସି ଲୋକଙ୍କ କଣ୍ଟେନମେଣ୍ଟ ଜୋନ ଅଂଚଳର ଭିତରେ ଓ ବାହାରେ ଚଳପ୍ରଚଳ ପ୍ରତି କଟକଣା ଲାଗୁଅଛି । ଜିଲ୍ଲାରେ ସମସ୍ତ ସାମାଜିକ, ରାଜନୈତିକ, କ୍ରୀଡା (ଖେଳକୁଦ), ମନୋରଞ୍ଜନ, ଏକାଡେମିକ, ସାଂସ୍କୃତିକ, ଧର୍ମୀୟ ସମାବେଶ ଆଦି ଜନସମାବେସ କାର୍ଯ୍ୟକ୍ରମକୁ ଅକ୍ଟୋବର ୩୧ ପ୍ରର୍ଯ୍ୟନ୍ତ ନିଷେଧ କରାଯାଇଅଛି ।

ସମସ୍ତ ସିନେମାହଲ, ସୁଇମିଙ୍ଗ୍ପୋଲ୍, ଅବସର ବିନୋଦନ କେନ୍ଦ୍ର, ଥିଏଟର, ଓଡିଟୋରିଅମ ଆଦି ଜନସାମଗମ ଭଳି ସ୍ଥାନ ସର୍ବସାଧାରଣଙ୍କ ପାଇଁ ଅକ୍ଟୋବର ୩୧ ପ୍ରର୍ଯ୍ୟନ୍ତ ବନ୍ଦରହିବ । ସେହିପରି ଜିଲ୍ଲାର ସମସ୍ତ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ଅନ୍ୟାନ୍ୟ ଶିକ୍ଷା ସମ୍ବନ୍ଧୀୟ ,ତାଲିମ, କୋଚିଂ,ଅଙ୍ଗନୱାଡି କେନ୍ଦ୍ର ଆଦି ଆସନ୍ତା ପୂଜା ଛୁଟି ଅକ୍ଟୋବର ମାସ ପ୍ରର୍ଯ୍ୟନ୍ତ ବନ୍ଦ ରହିବ । ତେବେ ପରୀକ୍ଷା ପରିଚଳାନ/ପ୍ରବେଶିକା ପରୀକ୍ଷା ଓ ମୁଲ୍ୟାଙ୍କନ ଏବଂ ପ୍ରଶାସନିକ କାର୍ଯ୍ୟ ଅନ୍ଲାଇନ/ଦୂରଶିକ୍ଷା ଆଦି ଅନୁମତି ମୁତାବକ ଚାଲୁରହିବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ ଅନୁମତି କ୍ରମେ ୫୦ପ୍ରତିଶତ ଟିଚିଙ୍ଗ ଓ ନନ୍ ଟିଚିଙ୍ଗ ଷ୍ଟାପ ଶିକ୍ଷାନୁଷ୍ଠାନକୁ ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ସୁପରିଚାଳନା ପାଇଁ ଉପସ୍ଥିତ ରହିବେ । ସେହିପରି ଅନ୍ୟାନ୍ୟ ସମସ୍ତ କଟକଣା ନଥିବା କାର୍ଯ୍ୟକ୍ରମ ମଧ୍ୟ ସ୍ୱାସ୍ଥ୍ୟବିଭାଗ ପ୍ରୋଟକଲ୍ ଅନୁସାରେ କାର୍ଯ୍ୟକ୍ରମ ଗୁଡିକ କରାଯାଇପାରିବ ।

ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ସ୍ୱୀକୃତି ପ୍ରାପ୍ତ ପରିଚାଳିତ ସୁମିଙ୍ଗପୋଲ ଅକ୍ଟୋବର ୧୫ ତାରିଖରୁ କ୍ରୀଡାବିତ୍ ମାନଙ୍କ ତାଲିମ୍ କାର୍ଯ୍ୟକ୍ରମ କେନ୍ଦ୍ର ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଜାରି (ଏସ୍ଓପି) ଅନୁସାରେ କାର୍ଯ୍ୟକାରୀ ହେବ । ଏତତ୍ବ୍ୟତିତ୍ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ଏବଂ ଘରୋଇ କାର୍ଯ୍ୟାଳୟ/ପ୍ରତିଷ୍ଠାନ କ୍ଷେତ୍ରରେ କୋଭିଡ୍ ସଂକ୍ରମଣ ପ୍ରତିରୋଧ ପାଇଁ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଜାରି ଗାଇଡ୍ଲାଇନ୍ (ଏସ୍ଓପି) ଆଧାରରେ ଅଫିସ କାର୍ଯ୍ୟ ସଂପାଦନ କରାଯିବ ।

ସମସ୍ତ ଦୋକାନ, ବଜାର ଓ ବାଣିଜ୍ୟକ / ବ୍ୟବସାୟିକ ପ୍ରତିଷ୍ଠାନ ମାନଙ୍କରେ ଗ୍ରାହକଙ୍କ ମ୍ମରେ ସାମାଜିକ ଦୂରତା ୬ଫୁଟ ବ୍ୟବଧାନ ବଜାଇ ରଖିବା ସହିତ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଅଟେ । ୬୫ବର୍ଷରୁ ଉର୍ଦ୍ଦ ବୟସ୍କ ବ୍ୟକ୍ତି, ଅସୁସ୍ଥ ବ୍ୟକ୍ତି, ଗର୍ଭବତୀ ମହିଳା ଏବଂ ୧୦ବର୍ଷରୁ କମ୍ ଶିଶୁପିଲାଙ୍କ କ୍ଷେତ୍ରରେ ସ୍ୱାସ୍ଥ୍ୟ ସମସ୍ୟା ଭଳି ଅତ୍ୟନ୍ତ ଜରୁରୀ ଆବଶ୍ୟକତା ନଥିଲେ ଘରୁ ବାହାରକୁ ନବାହାରିିବାକୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ କଟକଣା ଲାଗୁ କରାଯାଇଛି । ଏଥି ସହିତ କୋଭିଡ୍-୧୯ ସଂକ୍ରମଣର ପ୍ରତିରୋଧ ପାଇଁ ସର୍ବସାଧାରଣ ସତର୍କତା ଆଧାରିତ ମାର୍ଗଦର୍ଶିକାନୁସାରେ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଅଟେ । ସମସ୍ତ ସର୍ବସାଧାରଣ ସ୍ଥାନ/ପରିବହନ ଓ କାର୍ଯ୍ୟ କ୍ଷେତ୍ରରେ ସାମାଜିକ ଦୂରତା ବଜାୟ ରଖିବା ନିୟମ ଅନୁପାଳନ ସହ ସର୍ବସାଧାରଣ ସ୍ଥାନ/କାର୍ଯ୍ୟସ୍ଥଳରେ ଛେପ ପକାଇବା ମନା ।

ଏହା ଅମାନ୍ୟ କଲେ ନିୟମାନୁସାରେ ଦଣ୍ଡିତ ହେବେ । ବିବାହ, ଅନ୍ତେଷ୍ଟି କ୍ରିୟା/ଶେଷକୃତ୍ୟ ଆଦି ସମାଜିକ କାର୍ଯ୍ୟକ୍ରମ ଯଥା ବିବାହ ପାଇଁ ସର୍ବାଧିକ ୫୦ ଜଣ ଏବଂ ଅନ୍ତେଷ୍ଟି / ଶେଷକୃତ୍ୟ କାର୍ଯ୍ୟ ପାଇଁ ସର୍ବାଧିକ ୨୦ ଜଣ ସୀମିତ ଲୋକଙ୍କ ମଧ୍ୟରେ ଅନୁମତି ପୂର୍ବକ କୋଭିଡ୍ ନିୟମ ଅନୁପାଳନ କରିବେ । ସର୍ବସାଧାରଣ ସ୍ଥାନମାନଙ୍କରେ ମଦ, ପାନ, ଗୁଟକା, ଟାବାକୋ(ତମ୍ବାକୁ) ଆଦି ବ୍ୟବହାର ଉପରେ କଟକଣା ଲାଗୁ ରହିଛି । ସମସ୍ତ ଯାତ୍ରୀବାହୀ ଯାନବାହାନ ଓ ଜିନିଷ ପତ୍ର ପରିବହନ ଆଦି ଯାନବାହାନ ନିୟମ ଅନୁଯାଇ ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ ଚଳାଚଳ କରିପାରିବେ । ସାଲୁନ୍, ସ୍ପା, ବିୟୁଟି ପାଲର୍, ସେଲୁନ୍ ଆଦି ଦୋକାନରେ ସତର୍କତା ଅବଲମ୍ବନ ପୂର୍ବକ ଗ୍ରାହକମାନଙ୍କ ପାଇଁ ସାନିଟାଇଜେସନ ବ୍ୟବସ୍ଥା ମଧ୍ୟରେ ପରିଚାଳାନା କରିବେ ଏଥିରେ ଖିଲାପ କଲେ ନିୟମ ଅନୁସାରେ ଦୋକାନ ବନ୍ଦ କରାଯିବ ।

ପିଡି ଡିଆର୍ଡିଏ, ମୟୂରଭଞ୍ଜ/ଜିଲ୍ଲାର ସମସ୍ତ ଉପ-ଜିଲ୍ଲାପାଳ/ବିଡିଓ/ତହସିଲଦାର/ନିର୍ବାହୀ ଅଧିକାରୀ /ପୌରପରିଷଦ/ବିଜ୍ଞାପିତ ପରିଷଦ ମୟୂରଭଞ୍ଜଙ୍କ ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଜାରି ନିଦେ୍ର୍ଦଶନାମାରେ ଅବଗତ କରାଯାଇଛି ।

Leave A Reply