Odisha news

ରାଜ୍ୟ ବିଜୁ ଯୁବ ଯୁଗ୍ମସମ୍ପାଦକ ହେଲେ ଇଂ ରଜନୀକାନ୍ତ ମହାନ୍ତ

0

ବାରିପଦା  : ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀର ଲଢୁଆ ଯୁବନେତା ଇଂ ରଜନୀକାନ୍ତ ମହାନ୍ତଙ୍କୁ ରାଜ୍ୟ ବିଜୁଜନତା ଦଳର ଯୁଗ୍ମସମ୍ପାଦକ ଭାବେ ନିଯୁକ୍ତି ଦେଇଛନ୍ତି ବିଜେଡି ସୁପ୍ରିମ ନବୀନ୍ ପଟ୍ଟନାୟକ । ଏହି ନବନିଯୁକ୍ତି ପରେ ଇଂମହାନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତ ରାୟ ଓ ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଇଂମହାନ୍ତ ବିପିୟୁଟି ଓଡିଶା ଛାତ୍ର ସଂଗଠନର ଜଣେ ପ୍ରମୁଖ ସଦସ୍ୟ ଥିଲେ । ଟାଟାଷ୍ଟିଲ୍ରେ ଟ୍ରେନିଂ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଥିବାବେଳେ ଯୁବକମାନଙ୍କ ପାଇଁ କାମ କରିବାପାଇଁ ଚାକିରି ଛାଡି ନବୀନ୍ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶ ଅନୁସରଣରେ ବିଜୁ ଯୁବଜନତା ଦଳରେ ଯୋଗଦେଇଥିଲେ । ୨୦୧୭ ମସିହାରେ ଜିଲ୍ଲାର ହେବିୱେଟ୍ ନେତା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ନେତୃତ୍ୱରେ ସେ ବିଜୁଯୁବ ଶ୍ୟାମାଖୁଣ୍ଟା ବ୍ଲକ ସଭାପତି ଭାବେ ନିଯୁକ୍ତି ପାଇଥିଲେ । ଏଥିସହ ଯୁବକମାନଙ୍କ ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟ କରିବାସହ ରକ୍ତଦାନ ଶିବିର ଓ ବିଭିନ୍ନ ସାମାଜିକ ସଂଗଠନ ସହ ମିଶି ବହୁ ବିକାଶମୂଳକ କାର୍ଯ୍ୟ କରିଛନ୍ତି । ଏଥିସହ ଇଂମହାନ୍ତଙ୍କ ନବନିଯୁକ୍ତି ପରେ ଜିଲ୍ଲାର ବିଭିନ୍ନ ଯୁବମହଲରୁ ଅଭିନନ୍ଦନର ସୁଅ ଛୁଟିଛି ।

Leave A Reply