Odisha news

ଏନଓୟୁ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଇଣ୍ଡିୟାନ ବୁକ୍ ଅଫ ରେକର୍ଡ ଦ୍ୱାରା ସମ୍ମାନୀତ

0

ବାରିପଦା  : ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର ବାଣିଜ୍ୟପ୍ରଶାସନ ବିଭାଗର ସହକାରୀ ପ୍ରଫେସର ତଥା ଜାତୀୟସେବା ଯୋଜନା ମୁକ୍ତଶାଖା କାର୍ଯ୍ୟକ୍ରମ ଅଧିକାରୀ ଡଃ ସ୍ମୃତିରଞ୍ଜନ ଦାସଙ୍କ କୋଭିଡ୍-୧୯ ସମୟରେ ସ୍ୱେଚ୍ଛାସେବା ମୂଳକ ତ୍ୟାଗପୂତ ଓ ମାନବଧର୍ମୀ କାର୍ଯ୍ୟ ଉସôାହ ସହନାରେ କରିଥିବାରୁ ଇଣ୍ଡିୟାନ ବୁକ୍ ଅଫ ରେକର୍ଡ ଦ୍ୱାରା ସମ୍ମାନିତ କରାଯାଇଛି । ଡଃ ଦାସ ଜାତୀୟ ସେବାଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଭାବରେ ବହୁ ସମାଜସେବା କାର୍ଯ୍ୟ ସହିତ ବୃକ୍ଷରୋପଣ, ରକ୍ତଦାନ ଶିବିର, ଦୁଃଖ ଓ ଅସହାୟ ଲୋକଙ୍କୁ ସହାୟତା ପ୍ରଦାନ କାର୍ଯ୍ୟକ୍ରମରେ ନିରନ୍ତର କାର୍ଯ୍ୟ କରୁଥିବାବେଳେ ତାଙ୍କର ଶିକ୍ଷାଦାନ ପ୍ରଣାଳୀ କାର୍ଯ୍ୟ ପାଇଁ ବିଭିନ୍ନ ସମୟରେ ବହୁ ପ୍ରତିଷ୍ଠିତ ଅନୁଷ୍ଠାନ ପକ୍ଷରୁ ମଧ୍ୟ ତାଙ୍କୁ ସମ୍ମାନିତ କରାଯାଇଛି ।

ଏହି ପୁରସ୍କାର ଓ ସମ୍ମାନପ୍ରାପ୍ତି ପାଇଁ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ କୁମାର ଚାନ୍ଦ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଗୌରବ ପ୍ରାପ୍ତି ନିମନ୍ତେ ଅନ୍ୟମାନଙ୍କ ମଧ୍ୟ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର କୁଳସଚୀବ ପ୍ରଫେସର ପ୍ରମୋଦ କୁମାର ଶତପଥୀ, ରାଜ୍ୟସରକାରଙ୍କ ରାଜ୍ୟ ଜାତୀୟ ସେବାଯୋଜନା ଅଧିକାରୀ ତଥା ଡେପୁଟୀ ସେକ୍ରେଟାରୀ ଉଚ୍ଚଶିକ୍ଷା ବିଭାଗ ଡଃ ସୁରେଖା ସୁନ୍ଦରୀ ସ୍ୱାଇଁ, ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ରମ ସଂଯୋଜିକା ଉଷା ଶତପଥୀ, ଜାତୀୟ ସେବାଯୋଜନା ଆଞ୍ଚଳିକ ନିଦେ୍ର୍ଦଶକ ସାଇଦା ନାୟକ ଓ ମୟୂରଭଞ୍ଜ ଜିଲ୍ଲା ଜାତୀୟ ସେବାଯୋଜନା ଅଧିକାରୀ ଡଃ ଶୁଭେନ୍ଦୁ ଦାସ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply