Odisha news

କୃଷି ବିଜ୍ଞାନକେନ୍ଦ୍ର ଓ ଇଫ୍କୋ ପକ୍ଷରୁ ପୋଷଣମାହ ପାଳିତ

0

ବାରିପଦା  : ମୟୂରଭଞ୍ଜ ଜିଲ୍ଲା ଶ୍ୟାମାଖୁଣ୍ଟା ବ୍ଲକ ପରିସରରେ କୃଷି ବିଜ୍ଞାନକେନ୍ଦ୍ରର ମୁଖ୍ୟ ଓ ବରିଷ୍ଠ ବୈଜ୍ଞାନିକ ଡଃ ସଂଘମିତ୍ରା ପଟ୍ଟନାୟକଙ୍କ ପୌରାହିତ୍ୟରେ ପୋଷଣମାହ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବିଷୟବସ୍ତୁ ବିଶେଷଜ୍ଞା ଟୁନିଲତା ଭୂୟାଁ ଅଙ୍ଗନବାଡି କର୍ମୀ ତଥା ମହିଳାଚାଷୀମାନଙ୍କୁ ପୋଷଣାମାହ ପାଳନର ତାତ୍ପର୍ଯ୍ୟ ଆଲୋଚନା କରିବା ସହିତ ସୁଷମଖାଦ୍ୟ, ଖାଦ୍ୟ ନିରାପତ୍ତା ଏବଂ ପାକଶାଳ ପ୍ରସ୍ତୁତି ଆଦି ସମ୍ବନ୍ଧରେ ତାଙ୍କର ମତରଖିଥିଲେ ।

ଏହି କାର୍ଯ୍ୟକ୍ରମରେ ଇଫ୍କୋର କ୍ଷେତ୍ର ଅଧିକାରୀ ସୁଭଜିତ୍ ସାହୁ ଯୋଗାଦାନ କରି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ପାକଶାଳ ବଗିଚା କରିବା ନିମନ୍ତେ ପନିପରିବା, ମଞ୍ଜି ଏବଂ ଚାରା, ମାସ୍କ ଓ ସାନିଟାଇଜର ଆଦି ଇଫକୋ ଏବଂ କୃଷି ବିଜ୍ଞାନକେନ୍ଦ୍ର ପକ୍ଷରୁ ବିତରଣ କରାଯାଇଥିଲା । ଏହି ଦିବସରେ ୪୦ଜଣ ଅଙ୍ଗନୱାଡି କର୍ମୀ ଏବଂ ୨୦ଜଣ ମହିଳାଚାଷୀ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ରୂପାୟନ କରିଥିଲେ । ସର୍ବଶେଷରେ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରର ବିଷୟବସ୍ତୁ ବିଶେଷଜ୍ଞ ଦେବାଶିଷ ଜୟପୁରିଆ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply