ବାରିପଦା : ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟର ଇଗ୍ନୋ ଷ୍ଟାଡି ସେଣ୍ଟର-୨୧୧୪ର +୩ ଶେଷବର୍ଷ ଏବଂ ପିଜି ଶେଷବର୍ଷ ପରୀକ୍ଷାର୍ଥୀଙ୍କର ପରୀକ୍ଷା ଆରମ୍ଭ ହୋଇଯାଇଛି । ଏହା କେବଳ ଓଡିଶାରେ ନୁହେଁ ସମଗ୍ର ଭାରତବର୍ଷରେ ଚଳିତ ମାସ ୧୭ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୧୬ତାରିଖ ଶେଷ ହେବାକୁ ଯାଉଅଛି । ଏହି ପରୀକ୍ଷା ଇଗ୍ନୋ ସଂଯୋଜକ ଡଃ କୈଳାସ ଚନ୍ଦ୍ର ମିଶ୍ର ଓ କଲେଜ ଅଧ୍ୟକ୍ଷା ଡଃ ଝରଣା ବେହେରାଙ୍କ ପ୍ରତ୍ୟକ୍ଷା ତତ୍ତ୍ୱାବଧାନରେ ପରିଚାଳନା କରୁଛନ୍ତି । ଏହା କୋଭିଡ୍-୧୯ ନିୟମାବଳୀ ଓଡିଶା ସରକାର ଓ ଇଗ୍ନୋ ଦ୍ୱାରା ପ୍ରବତ୍ତ ନିୟମାବଳୀ ଅନୁସାରେ ଆୟୋଜିତ ହେଉଅଛି ।
ଏହି ବିଷୟରେ ଜିଲ୍ଲାପାଳ ଓ ସୁରକ୍ଷା ପାଇଁ ଆଇଆଇସି ଟାଉନ ପୋଲିସ ଷ୍ଟେସନଙ୍କୁ ଅବଗତ କରାଯାଇଛି । ଏହି ପରୀକ୍ଷାକୁ ସୁଚାରୁ ରୂପେ ପରିଚାଳନା କରିବାପାଇଁ କଲେଜ ଅଧ୍ୟକ୍ଷା ଡଃ ବେହେରା ଏବଂ ଇଗ୍ନୋ ଆଞ୍ଚଳିକ ନିଦେ୍ର୍ଦଶକ ଡଃ ଏସକେ ତ୍ରିପାଠୀ ସମସ୍ତ ସହଯୋଗ ପ୍ରଦାନ କରୁଛନ୍ତି । ପୁନଶ୍ଚ ଏମ୍ପିସି କଲେଜ ଇଗ୍ନୋ ଷ୍ଟାଡି ସେଣ୍ଟର-୨୧୧୪ର ସମସ୍ତ କର୍ମଚାରୀ ପରୀକ୍ଷା ଆରମ୍ଭର ଏକଘଣ୍ଟା ପୂର୍ବରୁ ଆସି କୋଭିଡ୍-୧୯ ନିୟମାବଳୀ ଅନୁସାରେ ସମସ୍ତ କାର୍ଯ୍ୟ ସମ୍ପାଦନ କରୁଛନ୍ତି । ଏଥିପାଇଁ ଏମପିସି କଲେଜର ଇଗ୍ନୋ କର୍ମଚାରୀ ତଥା ସଂଯୋଜକ ଡଃ ମିଶ୍ର କଲେଜ ଅଧ୍ୟକ୍ଷା ଏବଂ ଇଗ୍ନୋ ଆଞ୍ଚଳିକ ନିଦେ୍ର୍ଦଶକକୁ ସାଧୁବାଦ ଜ୍ଞାପନ କରିଛନ୍ତି ।