Odisha news

ପ୍ରଶାସନର ନଜରରେ ଚାଲିଛି ଚାଲାଣ ; ବାଙ୍କବଳ ନଦୀରୁ ଚାଲିଛି ବେଆଇନ୍ ବାଲି ଉତ୍ତୋଳନ

0

ବାରିପଦା : ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡରେ ଲଘୁଖଣିଜର ଖୋଲମଖୋଲା ଲୁଟ୍ ଚାଲିଛି । ବନ୍ୟା ନଛାଡୁଣୁ ବାଲିମାଫିଆମାନେ ବେଧଡକ ଲୁଟ୍ ପାଇଁ ଲାଗି ଗଲେଣି । ଏନେଇ ପ୍ରଶାସନ ସୂଚନା ପାଇ ଚଢାଉ କରିବାବେଳକୁ ବାଲିମାଫିଆ ଖସିଯାଇଛନ୍ତି । ଉପଖଣ୍ଡ ପ୍ରଶାସନର ଦୋମୁହାଁ ନୀତିକୁ ନେଇ ସାଧାରଣରେ ତୀବ୍ରପ୍ରତିକ୍ରିୟା ପ୍ରକାଶ ପାଇଛି । ଉପଖଣ୍ଡ ପ୍ରଶାସନ ଅତିଘନିଷ୍ଠ ବୋଲାଉଥିବା ଛାମୁଆଁ ନେତାମାନେ ଅତିଚତୁରତାଃର ସହ ଖସିଯାଇଛନ୍ତି ।

ଲଘୁଖଣିଜ ଲୁଟ୍ ପାଇଁ ହୋଇଥିବା ବ୍ଲୁପ୍ରିଣ୍ଟି ରାଜନେତା, ଛାମୁଆଁନେତା ସାମିଲ ଥିବାବେଳେ ପ୍ରଶାସନିକ ଅଧିକାରୀଙ୍କୁ ହାତବାରିସୀ କରି ଏହି ଚୋରି ଚାଲିଛି । ପ୍ରଶାସକଙ୍କ ନିକଟତର ଥିବା ବ୍ୟକ୍ତି ବିଶେଷ ବେଆଇନ୍ ବାଲି କାରବାରରେ ସାମିଲ ଥିବା ବିଶେଷ ସୁତ୍ରରୁ ଜଣାପଡିଛି । ବାଙ୍କବଳ, ଖଡଖାଇ ଓ ଗୁଡିଆ ନଦୀରେ ଗତ ଲଗାଣବର୍ଷା ପରେ ଜମିଥିବା ବାଲିକୁମାଫିଆଙ୍କ ନଜର ଥିବାରୁ ଜିଲ୍ଲାପ୍ରଶାସନ ସତର୍କ ହେବାକୁ ସାଧାରଣରେ ଦାବି ହେଉଅଛି । ଗତତିନିଦିନ ବାଙ୍କବଳ ନଦୀରେ ପାଣିସ୍ତର ନକମୁଣୁ ବାଲି ମାଫିଆ ଆଖି ପକାଇଛନ୍ତି । ନଦୀଗର୍ଭରେ ବେଆଇନ୍ ଭାବେ ଜେସିବି ଲଗାଇ ଟ୍ରାକ୍ଟରରେ ବାଲି ଉଠାଇବା ପାଇଁ ଲାଗିଥିଲେ । ବେଆଇନ୍ ଭାବେ ବାଲି ଉତ୍ତୋଳନ କରି ଶହଶହ ଟ୍ରିପ୍ ବାଲି ଜମାକରି ଚାଲିଛନ୍ତି । ଚୋରା କାରବାର ପାଇଁ ବାଟ ଫିଟିବାରେ ଗତ ଦୁଇଦିନ ହେଲା ବାଲି ଉତ୍ତୋଳନ ଜୋରଦାର ଚାଲିଛି ।

ପ୍ରଶାସନର ନାକତଳୁ ବାଲି ଉଠୁଥିବାବେଳେ ଆଜି ଦିନବେଳେ ବେଧଡକ ବାଲି ଉତ୍ତୋଳନ ଚାଲିଥିବା ଦେଖି ସ୍ଥାନୀୟ ପ୍ରଶାସନକୁ ଅବଗତ କରାଇଥିଲେ । ବିଜାତଳା ତହସିଲ ଅନ୍ତର୍ଗତ ବାଙ୍କବଳ ନଦୀକୂଳରେ ଥିବା ଖନ୍ତ ଆରଆଇ ସର୍କଲର ଯୋଡାମହୁଲ(କୁମ୍ଭୀରଦା) ନଦୀଘାଟରୁ ବେଧଡକ ବାଲି ଉତ୍ତୋଳନ ଚାଲିଥିଲା ।

୨୫ରୁ ଉଦ୍ଧ୍ୱର୍ ଟ୍ରାକ୍ଟର ଲଗାଇ ବାଲି ଉଠାଇ ଛଣପାଳ ଅଞ୍ଚଳରେ ଜମା କରୁଥିଲେ । ଆଉ ଏହି ଚୋରା କାରବାର ପଛରେ ଉପଖଣ୍ଡ ପ୍ରଶାସନର କାର୍ଯ୍ୟକଳ୍ପାପକୁ ନେଇ ସନେ୍ଦହ ବଢୁଥିବା ଜଣାପଡିଛି । ବାଲି ବେଆଇନ୍ ଉତ୍ତୋଳନ ବାବଦରେ ଖନ୍ତ ରାଜସ୍ୱନୀରିକ୍ଷକଙ୍କୁ ପଚାରିବାରୁ ଘଟଣାବାବଦରେ ଅବଗତ ଥିବା ସୂଚନା ଦେଇଥିବାବେଳେ ବିଜାତଳା ତହସିଲଦାରଙ୍କୁ ବାରମ୍ବାର ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳିନଥିଲା । ବାଙ୍କବଳ ନଦୀପଠା ନିଲାମ୍ କରାନଯାଇ ବେଆଇନ୍ ବାଲି ଉତ୍ତୋଳନ ଚାଲୁଥିବାରୁ ସରକାର ରାଜସ୍ୱ ହରାଉଥିବାବେଳେ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି

Leave A Reply