Odisha news

ଶ୍ରୀ ଶ୍ରୀ ଠାକୁର କେଶବଚନ୍ଦ୍ରଙ୍କ କଳସଯାତ୍ରା ଓ ଶୁଭଧିବାସ ଆରମ୍ଭ

0

ବାରିପଦା  : ସ୍ଥାନୀୟ ଛଉପଡିଆରେ ଅନୁଷ୍ଠିତ କୈବଲ୍ୟ ଚୈତନ୍ୟ ଶ୍ରୀପାଦୁକା ମଧୁସ୍ନାନ ଓ ବ୍ରହ୍ମଯଜ୍ଞ ପାଇଁ କଳସଯାତ୍ରା ଓ ଶୁଭଧିବାସ ଆରମ୍ଭ ହୋଇଯାଇଛି । ସମଗ୍ର ମାନବଜାତିର କଲ୍ୟାଣ ତଥା ଜୀବ ଜଗତର ହିତ ସାଧନ ପାଇଁ ଏହି ଯଜ୍ଞର ଆୟୋଜନ କରାଯାଇଛି । ଏକ ବିରାଟ ଶୋଭାଯାତ୍ରାରେ ଠାକୁର କେଶବଚନ୍ଦ୍ରଙ୍କର ଭକ୍ତବୃନ୍ଦ କଳସଯାତ୍ରାରେ ସାମିଲ ହୋଇଥିଲେ । ବାରିପଦା ଶାଖାର ସମସ୍ତ ଗୁରୁ ଭାଇଭଉଣୀ ମାନଙ୍କ ସହିତ ଓଡିଶାର ବିଭିନ୍ନ ଅଂଚଳରୁ ମଧ୍ୟ ଗୁରୁ ଭାଇଭଉଣୀ ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି କଳସଯାତ୍ରା ଛଉପଡିଆ ସ୍ଥିତ ଯଜ୍ଞ ମଣ୍ଡପରୁ ବାହାରି ବେଲଗଡ଼ିଆ, ବଡବଜାର ଅତିକ୍ରମ କରି ସାଇ ମନ୍ଦିର ନିକଟସ୍ଥ ବୁଢ଼ାବଳଙ୍ଗ ଘାଟରୁ ଘଟ ଉତ୍ତୋଳନ କରି ଏମ୍ପିସି କଲେଜ ଛକରୁ ଟ୍ରାଫିକ ଛକ ଦେଇ କଚେରୀ ରୋଡ଼ ପୁଣିଥରେ ଯଜ୍ଞ ମଣ୍ଡପଠାରେ ପହଞ୍ଚି ଥିଲେ । ଏହି ଯଜ୍ଞ କାର୍ଯ୍ୟକ୍ରମ ଚାରିଦିନ ଧରି ଚାଲିବ ଓ ପ୍ରତ୍ୟେକ ସନ୍ଧ୍ୟାରେ ସତସଙ୍ଗ ଓ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଦିବାରାତ୍ର ଆନନ୍ଦବଜାରରେ ଭକ୍ତଜଣଙ୍କ ପାଇଁ ଅନ୍ନପ୍ରସାଦ ସେବନର ବ୍ୟବସ୍ଥା ରହିଛି । ଏ ସମସ୍ତ କାର୍ଯ୍ୟକ୍ରମ ବାରିପଦା ଶାଖାର ମଧୁସ୍ନାନ ଓ ଯଜ୍ଞକମିଟି କ୍ଷିତିଜ୍ୟୋତି ଆଶ୍ରମ ଆନୁକୂଲ୍ୟରେ ସମ୍ପାଦନ ହେଉଅଛି ବୋଲି ଶାଖା ପରିଚାଳକ ଅରବିନ୍ଦ ଜ୍ୟୋତିଷ ଜଣାଇଛନ୍ତି ।

Leave A Reply