Odisha news

ମୟୂରଭଞ୍ଜ ଜିଲ୍ଲାସ୍ତରୀୟ ଯୋଗ ଅଲମ୍ପିୟାଡ଼ ପ୍ରତିଯୋଗିତା ଅନୁଷ୍ଠିତ

0

ବାରିପଦା  : ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ପୌରହିତ ଓ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଭାଗିରଥି ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମେ ମାସ ୨୧ତାରିଖ ରେ ବାରିପଦାସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟର ସମ୍ମେଳନ କକ୍ଷ ପରିସରରେ ମୟୂରଭଞ୍ଜ ଜିଲ୍ଲାସ୍ତରୀୟ ଯୋଗ ଅଲମ୍ପିୟାଡ଼-୨୦୨୪ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଯୋଗ ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଅତିଥିଭାବେ ଆୟୋଜକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବାସନ୍ତୀ ଟୁଡୁ, ବାରିପଦା ବ୍ଲକର ନୋଡାଲ ପିଇଟି କଳ୍ପନା ମହାପାତ୍ର, ଯୋଗଗୁରୁ ଧୃବେନ୍ଦ୍ର ଭଦ୍ର ପ୍ରମୁଖ ଉପସ୍ଥିତ ଥିଲେ । ବିଚାରକ ଭାବେ ବିନୋଦ ରାମ, ଜ୍ୟୋତିରଞ୍ଜନ ଦାସ, ହିମାନୀ ପାତ୍ର, ମନୋଜ ରାମ, ସରୋଜ ରାମ, ମିତାକ୍ଷୀ ମହାନ୍ତି, ଲକ୍ଷ୍ମୀଧର ମହାନ୍ତି, ଡାଃ ଦିଲ୍ଲୀପ କୁମାର ପଣ୍ଡା ଏବଂ ସେଣ୍ଟ୍ରାଲ ଅଫିସିଆଲ ଭାବେ ଦୀପକ ରାମ, ପ୍ରଦୀପ ଚୌଧୁରୀ ଓ ସୋନାଲି ପରିଡା ଯୋଗ ଦେଇଥିଲେ । ଚଳିତ ମେ ମାସ ୨୭ ରୁ ୨୯ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହାଇସ୍କୁଲ ୟୁନିଟ-୩ ରେ ଅନୁଷ୍ଠିତ ହେବାକୁ ଥିବା ଓଡିଶା ରାଜ୍ୟସ୍ତରୀୟ ଯୋଗ ଅଲିମ୍ପିୟାଡ଼ରେ ମୟୂରଭଞ୍ଜ ଜିଲ୍ଲାରୁ ୧୬ଜଣ ଛାତ୍ରଛାତ୍ରୀ ଯୋଗଦେବେ ବୋଲି ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଭାଗିରଥି ମଲ୍ଲିକ ପ୍ରକାଶ କରିଛନ୍ତି । ସେମାନେ ହେଲେ ୧୪ବର୍ଷରୁ କମ ବାଳକ ବିଭାଗରେ କ୍ରିଷ୍ଣା ଦାସ, କ୍ରିଷ୍ଣା ନାୟକ, ସ୍ୱାଧୀନ ମଣ୍ଡଳ, ରୁଦ୍ର ନାରାୟଣ ଦାସ ଓ ବାଳିକା ବିଭାଗରେ ସୁଭାଗା ବରାଳ, ସଙ୍ଗୀତା ପାଢ଼ୀ, ସାଇପ୍ରିୟା ସିଂ ଓ ଲକ୍ଷ୍ମୀ ସୋରେନ । ସେହିପରି ୧୬ବର୍ଷରୁ କମ ବାଳକ ବିଭାଗରେ ଚିନ୍ମୟ ମହାକୁଡ଼, ଶୁଭଜିତ କୁଇଲା, ତାପସ ଚନ୍ଦ୍ର ଦାସ, ଡମ୍ବରୁଧର ମହାନ୍ତ ଓ ବାଳିକା ବିଭାଗରେ ଜସ୍ମିନ ଶତପଥୀ, ସସ୍ମିତା ସିଂ, ପୂର୍ଣ୍ଣିମା ଭଟ, ସୁମିତ ମହାନ୍ତ ।

Leave A Reply