ବାରିପଦା : ଚଳିତ ଲୋକସଭା ଓ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ବିଭାଗର କିଛି କର୍ମଚାରୀ ଠିକ ସମୟରେ ତଥ୍ୟ ଦେଇନଥିବାରୁ ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ଦତ୍ତାତ୍ରେୟ ଭାଉସାହେବ ସିନେ୍ଧ ଚଳିତ ମାସ ୧୩ତାରିଖରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ । ନୋଟିସ ପାଇବା ମାତ୍ରେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ତୁରନ୍ତ ତଦନ୍ତ କରି କାର୍ଯ୍ୟରେ ଅବହେଳା କରିଥିବା ୨୨ଜଣ ପ୍ରଧାନ ଶିକ୍ଷକ / ଶିକ୍ଷୟତ୍ରୀଙ୍କୁ କୈଫତ ତଳବ କରିଥିଲେ । କୈଫତ ନଦେବା ହେତୁ ଜଣେ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ନିଲମ୍ବନ କରିବା ସହ ସନ୍ତୋଷ ଜନକ କୈଫତ ନଦେଇଥିବା ୧୨ଜଣ ଶିକ୍ଷକ / ଶିକ୍ଷୟତ୍ରୀଙ୍କ ଦରମା ବନ୍ଦ କରିଛନ୍ତି । ତତ୍ସହିତ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ଜଣେ ବରିଷ୍ଠ ଓ ଜଣେ କନିଷ୍ଠ କିରାଣୀଙ୍କ ଦରମା ମଧ୍ୟ ସ୍ଥଗିତ କରାଯାଇଛି ବୋଲି ଶ୍ରୀ ସେଠୀ ଜଣାଇଛନ୍ତି ।