Odisha news

ଭଞ୍ଜସେନା ପକ୍ଷରୁ ଲୋକସଭା ଓ ମୋରଡା ବିଧାୟକ ପ୍ରାର୍ଥୀଙ୍କୁ ନେଇ ନିର୍ବାଚନୀ ସଭା ଅନୁଷ୍ଠିତ

0

ବାରିପଦା : ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଭଞ୍ଜସେନା ପକ୍ଷରୁ ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନାଙ୍କ ଉପସ୍ଥିତିରେ ମୟୂରଭଞ୍ଜ ଲୋକସଭା ସାଂସଦ ପ୍ରାର୍ଥୀ ବାଜୁନ୍ ହାଁସଦାଃ ଓ ମୋରଡା ବିଧାୟକ ପ୍ରାର୍ଥୀ ସଞ୍ଜିବ୍ ରାଉତ ପ୍ରମୁଖଙ୍କୁ ନେଇ ଏକ ଜରୁରୀକାଳୀନ ନିର୍ବାଚନୀ ସଭା ବାରିପଦା ମଧୁବନ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସଂଗଠନର ବହୁ କର୍ମୀ ଯୋଗଦେଇ ଆଗାମୀ ଦିନରେ ମୟୂରଭଞ୍ଜର ବିକାଶ ପାଇଁ ସଂଗ୍ରାମ କରୁଥିବା ଭଞ୍ଜସେନା ପ୍ରାର୍ଥୀଙ୍କୁ ବିଜୟ କରିବା ପାଇଁ ସଂକଳ୍ପ ନେଇଥିଲେ । ଏହି ଅବସରରେ ବାରିପଦା ପୌରପରିଷଦରେ ବିଜେପି କାଉନ୍ସିଲର ପ୍ରାର୍ଥୀ ଶିବ ଗୁପ୍ତା ଓ ସଂଯୁକ୍ତା ସେଜ୍ପଡା ନିଜ ସମର୍ଥକଙ୍କ ସହ ଭଞ୍ଜସେନାରେ ଯୋଗଦେଇଥିଲେ । ସଂଗଠନ ଜିଲ୍ଲା ସଭାପତି ପିଣ୍ଟୁ ମାଇତିଙ୍କ ସହ ଭଞ୍ଜସେନା ନେତୃବୃନ୍ଦ ସତ୍ୟସ୍ୱରୂପ ଦାସ, ନିମାଇଁ ତି୍ରପାଠୀ, ରାକେଶ ବେହେରା, ଶାମନ୍ତ ଶେଖର ପାଲ, କନିକା ବୋଷ, ରାକେଶ ମହାନ୍ତି ଓ ଏସକେ ରାଜାଖାନ୍, ଅମିତ କୁମାର ଓ ମାନସ ବେହେରା ପ୍ରମୁଖଙ୍କ ସହ ବହୁ ନେତୃବୃନ୍ଦ ମାନେ ଉପସ୍ଥିତ ଥିଲେ ।
ନିର୍ବାଚନ କାର୍ଯ୍ୟରେ ଅବହେଳା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦୃଢ କାର୍ଯ୍ୟାନୁଷ୍ଠାନ

Leave A Reply