Odisha news

ବାରିପଦାରେ ବିଜେପିର ମହାମିଶ୍ରଣ ପର୍ବ, ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେଡି ଓ ଭଞ୍ଜସେନାର କର୍ମୀଙ୍କ ବିଜେପିରେ ଯୋଗଦାନ

0

ବାରିପଦା   : ରବିବାର ବାରିପଦାରେ ବିଜେପି ପକ୍ଷରୁ ଏକ ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ତକତପୁର ସ୍ଥିତ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଭଞ୍ଜସେନାର ଯୁବନେତା ସୌମ୍ୟରଞ୍ଜନ ମିଶ୍ର ଓ ବିଜେଡିର ଯୁବନେତା ଶଙ୍କର୍ଷଣ ପଣ୍ଡା ପ୍ରମୁଖ ନିଜର ଶହ ଶହ ସମର୍ଥକଙ୍କ ଉପସ୍ଥିତିରେ ବିଜେପିରେ ବିଦ୍ଧିବଦ୍ଧ ଭାବେ ସାମିଲ ହୋଇଥିଲେ । ପୂର୍ବରୁ ସୌମ୍ୟରଞ୍ଜନ ଏକ ବିଶାଳ ଶୋଭାଯାତ୍ରାରେ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେହିପରି ଶଙ୍କର୍ଷଣଙ୍କ ସହ ବିଜେଡି ଯୁବନେତା ଅଭିନାଶ ବେହେରା ପ୍ରମୁଖ ମଧ୍ୟ ନିଜ ସମର୍ଥକଙ୍କ ଗହଣରେ ବିଜେପିରେ ସାମିଲ ହୋଇଥିଲେ । ପୂର୍ବତନ କାଉନ୍ସିଲର ପ୍ରାର୍ଥୀ ବିକାଶ ବାରିକ ଓ ଦିଲ୍ଲିପ ଘଡେଇ ମଧ୍ୟ ବିଜେପିରେ ସାମିଲ ହୋଇଥିଲେ । ଏହି ନେତା ଓ ସମର୍ଥକଙ୍କୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ବିଜେପି ଟୋପି ପିନ୍ଧାଇ ଦଳରେ ସ୍ୱାଗତ କରିଥିଲେ । ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ସାମଲ ଏଥର ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ନିଶ୍ଚିତ ବୋଲି ଘୋଷଣା କରିବା ସହ ସରକାର ଗଠନ ପରେ ଶୁଭଦ୍ରା ଯୋଜନା, ଆୟୁଷ୍ମାନ ଭାରତ ଯୋଜନା ଭଳି ଲୋକ କଲ୍ୟାଣକାରୀ ଯୋଜନାମାନ କାର୍ଯ୍ୟକାରୀ ହେବ ବୋଲି ମତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ମୟୂରଭଞ୍ଜ ଲୋକସଭା ପ୍ରାର୍ଥୀ ନବଚରଣ ମାଝୀ, ବାରିପଦା ବିଧାୟକ ପ୍ରାର୍ଥୀ ପ୍ରକାଶ ସୋରେନ୍, ମୋରଡା ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ମହାପାତ୍ର, ବାଙ୍ଗିରିପୋଷି ବିଧାୟକ ପ୍ରାର୍ଥୀ ସଞ୍ଜଳୀ ମୁର୍ମୁ ଓ ସାରସକଣା ବିଧାୟକ ପ୍ରାର୍ଥୀ ଭାଦବ ହାଁସଦାଃ ପ୍ରମୁଖଙ୍କ ସହ ମୟୂରଭଞ୍ଜ ପୂର୍ବ ଓ ପଶ୍ଚିମ ଜିଲ୍ଲା ସଭାପତିଦ୍ୱୟ କାନ୍ଦ୍ରା ସୋରେନ୍ ଓ କୃପାସିନ୍ଧୁ ମହାନ୍ତ, ରାଜ୍ୟ ମୁଖପାତ୍ର କବିବିଷ୍ଣୁ ଶତପଥୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜିବ୍ ମହାନ୍ତି ଏବଂ ପଦ୍ମଶ୍ରୀ ଦମୟନ୍ତି ବେଶ୍ରା ପ୍ରମୁଖ ଉପସ୍ଥିତ ଥିଲେ । ଆଜିର ମହାମିଶ୍ରଣରେ ଏହି ଯୁବନେତା ମାନଙ୍କ ବିଜେପିରେ ସାମିଲ ହେବା ଫଳରେ ବାରିପଦାରେ ବିଜେପିର ଶକ୍ତିବୃଦ୍ଧି ପାଇବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Leave A Reply