Odisha news

ଗୋଟିଏ ଡାଳରେ ଜଣେ ଯୁବକ ଓ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

0

ବାରିପଦା  : ବାରିପଦା ସଦର ଥାନା ଅନ୍ତର୍ଗତ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବ ଗଛ ଡାଳରେ ଜଣେ ଯୁବକ ଓ ଯୁବତୀଙ୍କ ଝୁଲନ୍ତା ମୃତଦେହକୁ ପୁଲିସ ଉଦ୍ଧାର କରିଛି । ଶୁକ୍ରବାର ସକାଳେ ସ୍ଥାନୀୟ ଗ୍ରାମବାସୀ ଦେଖି ପୁଲିସକୁ ଖବର ଦେଇଥିଲେ । ମୃତକଦ୍ୱୟ ହେଲେ ସେହି ଗ୍ରାମର ସାଲଖାନ ମାର୍ଣ୍ଡି(୨୪) ଓ ମୁନୀ ମୁଖି(୨୨) । ଏହା ଏକ ବିଫଳ ପ୍ରେମର କରୁଣ ପରିଣତି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ମୃତଦେହ ଦ୍ୱୟକୁ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ପଠାଇବା ସହ ଉକ୍ତ ଘଟଣାରେ ବାରିପଦା ସଦର ଥାନାରେ ୨୬/୨୪ରେ ଏକ ଅପମୃତୁ୍ୟ ମାମଲା ରୁଜୁ କରିବା ସହ ତଦନ୍ତ ଅଧିକ ଜାରି ରହିଛି ।

Leave A Reply