Odisha news

ନନ୍ଦନକାନନ କୁ ନୂଆ ସଦସ୍ୟର ଆଗମନ : ମା ହେଲା ଧଳା ବାଘୁଣୀ ରୂପା

0
ବାରଙ୍ଗ :  ମା ହେଲା ଧଳା ବାଘୁଣୀ ରୂପା।   ତୃତୀୟ ଥର ପାଇଁ ମା ହୋଇଛି ।ନନ୍ଦନକାନନ କୁ ନୂଆ ସଦସ୍ୟର ଆଗମନ ହୋଇଛି । ରୂପା ଶନିବାର ଦିନ ତାର ତୃତୀୟ ଗର୍ଭସ୍ଥ ସନ୍ତାନକୁ ଜନ୍ମ ଦେଇଛି। ଯାହାଫଳରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଶୁକ୍ରବାର ଦିନ ୪ଟି ପର୍ଯ୍ୟାୟରେ ୪ଟି ଛୁଆକୁ ଜନ୍ମ ଦେଇଛି।ପ୍ରଥମ ଛୁଆକୁ ବଢିଭୋର୍ ୫.୪୩,  ୨ୟ ଛୁଆ ସକଳ ୬.୨୨,ତୃତୀୟ ଛୁଆ ୭.୪୯ ଓ ଚତୁର୍ଥ ଛୁଆ ସକାଳ ୯.୩୧ମିନିଟ ରେ ଜନ୍ମ ଦେଇଛି। ରୂପା ଗର୍ଭ ଧାରଣ କରିଥିବାର ଜଣାପଡ଼ିବା ପରେ ନନ୍ଦନକାନନ କର୍ତ୍ତୁପକ୍ଷ ସଜାଗ ହୋଇ ଯାଇଥିଲେ । ଉପନିର୍ଦେଶକଙ୍କ ନିର୍ଦ୍ଦେଶ ମୁତାବକ ଜନ୍ତୁବିଭାଗ ଓ ଚିକିତ୍ସକମାନେ ରୁପାପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦେଇଥିଲେ । ରହୁଥିବା ଖୁଆଡ ରେ ସିସିକ୍ୟାମେରା  ଲଗାଯାଇ ରୂପାର ଗତିବିଧି ଉପରେ ନଜର ରଖାଯାଇଥିଲା । ଶେଷରେ  ଶନିବାର ଦିନ ୪ ଟି ଶାବକ କୁ ଜନ୍ମ ଦେଇଛି ରୂପା।  ସୂଚନା ଯୋଗ୍ୟ ଯେ,ପ୍ରଥମ ଥର ବାଘୁଣୀ ରୂପା ରାଜେଶ୍ ସହ ମିଶି  ମା  ହେବାର ଷୌଭାଗ୍ୟ ଅର୍ଜ୍ଜନ କରିଥିଲା ।ପ୍ରଥମ ଛୁଆ ୧୧ମାର୍ଚ୍ଚ ୨୨ରେ  ୩ ​​ଛୁଆଙ୍କୁ ଜନ୍ମ କରିଥିଲା।  ଏକମାସ ମଧ୍ୟରେ୨  ଛୁଆଙ୍କର ମୃତ୍ୟୁ ହୋଇଥିଲା ଏବଂ ବଞ୍ଚିରହିଥିବା ଧଳାବାଘୁଣୀ   ହିମାଂଶୀଙ୍କୁ ଲାଳନପାଳନ କେନ୍ଦ୍ରରେ ରଖାଯାଇ ମଣିଷ ଦ୍ଵାରା ବଡ଼ କରାଯାଇଥିଲା। ପରେ ପଶୁପକ୍ଷୀ ଅଦଳବଦଳ ପ୍ରକିୟାରେ ୯ଜୁଲାଇ୨୪ରେ ଭଗବାନ୍ ବିର୍ସା ଜୈବଉଦ୍ୟାନକୁ ପଠାଯାଇଥିଲା । ପୁଣି ଦ୍ୱିତୀୟଥର ପାଇ ରାଜେଶ ସହ ମିଶି ରୂପା ୬ଜାନୁଆରୀ ୨୩ରେ ମା ହୋଇଥିଲା।ଦ୍ୱିତୀୟ ଥର ସାଧାରଣ ବାଘ ଅମୃତା ଏବଂ ଶିବ ନାମକ ଧଳାବାଘକୁ  ଜନ୍ମ ଦେଇଥିଲେ। ଏହି ଦୁଇଟିଛୁଆ ଏବେ ନନ୍ଦନକାନନରେ ସୁସ୍ଥ ଅଛନ୍ତି। ତେବେ ଶନିବାର ଦିନ ତୃତୀୟଥର ପାଇଁ  ୪ଟି ଛୁଆକୁ ଜନ୍ମ ଦେଇଛି। ରୁପା ଜନ୍ମିତ ଛୁଆମାନଙ୍କର  ଯତ୍ନ ଠିକ୍ ଭାବେ ନେଉଥିବାରୁ ମା ଠାରୁ ଛୁଆଙ୍କୁ ଅଲଗା କରାଯାଇନାହିଁ। ଜନ୍ମିତ ଶାବକ ମାନଙ୍କର ଲିଙ୍ଗ ନିରୂପଣ ହୋଇପାରିନାହିଁ।ମା ଓ ଛୁଆମାନଙ୍କ ଗତିବିଧି କୁ ତଦାରଖ କରିବା ପାଇ କର୍ମଚାରିମାନେ ମା ଏବଂ ଛୁଆଙ୍କୁ  ନିରନ୍ତର ସିସିଟିଭି ନଜରରେ ରଖିଥିବାର ନନ୍ଦନକାନନ ଉପ ନିର୍ଦ୍ଦେଶକ ସନତ କୁମାର ନାରାୟଣ
 ସୂଚନା ଦେଇଛନ୍ତି।
Leave A Reply