Odisha news

ଦିନ ଦ୍ଵିପହରରେ ଘରୁ ଲୁଟିନେଲେ ଟଙ୍କା

0
ବାରଙ୍ଗ: ବାରଙ୍ଗ ଥାନା ଅଧୀନସ୍ଥ ଗଦେଇକୁଦରେ ଥିବା ବାବା କପିଳେଶ୍ୱର ମନ୍ଦିର ପୂଜକଙ୍କଘରୁ ଶନିବାର ଅପରାହ୍ନରେ ଚୋରି ହୋଇଛି।ଚୋରମାନେ  ଝରକା ଦେଇ ଘରେ ପଶି ଆଲମିରାରୁ ନଗଦ ୧୫ହଜାରେ ଟଙ୍କା ନେଇ ପଲାଇ ଯାଇଛନ୍ତି। ପ୍ରକାଶଯେ,ପୂଜକ ପରେଶ୍ ଜେନା ମନ୍ଦିରକୁ ଲାଗି ରହିଥିବା ଘରେ ପରିବାର ସହ ରହୁଥିଲେ।ଶନିବାର ଅପରାହ୍ନରେ ପରେଶ୍ ଓ ତାଙ୍କ ପୁଅ ବାହାରକୁ ଯାଇଥିଲେ। ସ୍ତ୍ରୀ ଘର ବନ୍ଦ କରୀ ମନ୍ଦିରରେ ଥିଲେ।ଏହି ସୁଯୋଗରେ ଘରର ଝରକା ଭାଙ୍ଗି ଚୋରମାନେ ଅଲ୍ମିରାରେ ଥିବା ନଗଦ ୧୫ହଜାରେ ଟଙ୍କା ନେଇ ପଳାଇଥିଲେ।ପରେଶଙ୍କ ସ୍ତ୍ରୀ ଘରକୁ ଫେରିବା ପରେ ଚୋରି ହୋଇଥିବାର ଜାଣିବାକୁ ପାଇଥିଲେ।ତେବେ ପରେଶ୍ ଏ ନେଇ ଥାନାରେ ଅଭିଯୋଗ କରିନଥିବାର  ଜଣାପଡିଛି।
Leave A Reply