ବାରଙ୍ଗ : ଆଖି ବୁଜିଲା ଦନ୍ତାହାତୀ ରାମୁ । ଚନ୍ଦକା-ଡମପଡ଼ା ଅଭୟାରଣ୍ୟର ସବୁଠୁ ବଡ଼ ଓ ଚର୍ଚ୍ଚିତ ଦନ୍ତା ହାତୀ ଥିଲା ରାମୁ । ୪୦ ବର୍ଷ ବୟସରେ ତାର ମୃତ୍ଯୁ ହୋଇଛି। ରାମୁର ମୃତ୍ୟୁକୁ ନେଇ ଚନ୍ଦକା ଡିଏଫଓ ଶରତ ବେହେରା କହିଛନ୍ତି-ବିଦ୍ଯୁତ ଆଘାତରେ ରାମର ମୃତ୍ଯୁ ହୋଇଥିବା ନେଇ ସନ୍ଦେହ କରାଯାଉଛି। ବ୍ଯବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ତଥ୍ଯ ମିଳିବ ବୋଲି ସୂଚନା ଦେଇଛନ୍ତି । ତେବେ ରାମୁର ମୃତ୍ୟୁ କେମିତି ହେଲା ସେ ନେଇ କିଛି ସଠିକ୍ ସୂଚନା ମିଳିପାରିନାହିଁ।
ପ୍ରକାଶଯେ , ଭୁବନେଶ୍ବର ଉପକଣ୍ଠରେ ରାମୁର ନା ଶୁଣିଲେ ଭୁବନେଶ୍ଵର ଓ ଆଖପାଖ ଅଞ୍ଚଳର ଲୋକଙ୍କ ମନରେ ଛନକା ପଶୁଥିଲା । କେତେବେଳେ ତାରଜାଲି ଛିଣ୍ଡାଇ ସହର ଭିତରକୁ ପଶୁଥିଲା ତ ଆଉ କେତେବେଳେ ପାଚେରୀ ଭାଙ୍ଗି ଗାଁ ଗଣ୍ଡାରେ ବୁଲି ବ୍ଯାପକ କ୍ଷୟକ୍ଷତି କରୁଥିଲା।ଯାହାକୁ ନେଇ ଚନ୍ଦକା ଓ ଡମପଡ଼ା ଅଭୟାରଣ୍ଯ ଅଞ୍ଚଳରେ ରହୁଥିବା ରାମୁର ଗତିବିଧି ଉପରେ ନଜର ରଖିବାକୁ ବନ ବିଭାଗ ବହୁ ଚେଷ୍ଟା କରିଥିଲା। ଏପରିକି ରେଡିଓ କଲାର ବି ଲଗାଇବାକୁ ମଧ୍ୟ ଉଦ୍ଯମ ହୋଇଥିଲା। ଶେଷରେ ଟ୍ରାଙ୍କୁଲାଇଜ୍ କରିବାକୁ ମଧ୍ଯ ବନ ବିଭାଗ ପ୍ରଚେଷ୍ଟା ଜାରି ରଖିଥିଲା। କିନ୍ତୁ ତାହା ସଫଳ ହୋଇପାରିନଥଲା। ଆଜି କିନ୍ତୁ ରାମୁର ମୃତ୍ଯୁ ହୋଇଛି। ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ବ୍ୟବଛେଦ ରିପୋର୍ଟ ଆସିଲେ ଜଣାପଡ଼ିବ ବୋଲି ସୂଚନା ମିଳିଛି ।