ବାରଙ୍ଗ : ପ୍ରାଣୀଉଦ୍ୟାନନନ୍ଦକାନନର ଅନ୍ୟତମ ଆକର୍ଷଣୀୟ ତଥା ଶୋଭାବଢାଉଥିବା ଜଙ୍ଗଲବାଘୁଣୀ ସାରା ଗୁରୁବାର ସକାଳେ ମୃତୁବରଣ କରିଛି।ମୃତ୍ୟୁ ବେଳେକୁ ସାରାକୁ ୧୮ବର୍ଷ୧ମାସ ହୋଇଥିଲା।ସାରାର ଯାତ୍ରା ଆରମ୍ଭ ହୋଇଥିଲା ଯେତେବେଳେ ତାଙ୍କୁ ମଧ୍ୟପ୍ରଦେଶର ବାନ୍ଧବଗଡ ଟାଇଗର ରିଜର୍ଭରୁ ୨୦୦୬ ଅକ୍ଟୋବର୧୮ରେ ମାତ୍ର ପାଞ୍ଚ ମାସ ବୟସରେ ଉଦ୍ଧାର କରାଯାଇ ଭୋପାଳର ବନବିହାର ପ୍ରାଣୀଉଦ୍ୟାନକୁ ଅଣାଯାଇଥିଲା।ପରେ ପଶୁପକ୍ଷୀ ଅଦଳବଦଳ ପ୍ରକିୟାରେ ୨୦୦୯ ଏପ୍ରିଲ୧୮ରେ ନନ୍ଦନକାନନକୁ ଅଣାଯାଇଥିଲା।ନନ୍ଦନକାନନରେ ରକ୍ତସଂମ୍ପର୍କର ମିଳନରେ ପରିବର୍ତନ କରାଯାଇ ଏକ ନୁଆବଂଶଜ ତିଆରି କରିବାପାଇଁ ସାରାକୁ ନନ୍ଦନକାନନକୁ ଅଣାଯାଇଥିଲା ।ନନ୍ଦନକାନନରେ ସାରା ପହଂଚିବାପରେ ଏକ ନୂଆ ଜଙ୍ଗଲୀ ବଂଶ ସୃଷ୍ଟିର ସମ୍ଭାବନାକୁନେଇ ସମସ୍ତଙ୍କ ମଧ୍ୟରେ ଉସ୍ାହ ଦେଖାଦେଇଥିଲା ।ନନ୍ଦନକାନନ ପକ୍ଷରୁ ରଖାଯାଇଥିବା ଆଶା ଓ କରାଯାଇଥିବା ଉଦ୍ୟମ ଯୋଗୁ ୨୦୧୨ଜାନୁଆରୀ ୧୩ରେ ଏହା ସମ୍ଭବ ହୋଇଥିଲା । ଧଳାବାଘ ଋଷି ସହ ତାର ମିଳନ ହୋଇ ସାରା ଗର୍ଭରୁ ତିନି ବାଘୁଣୀ ଆଶା, ଅଙ୍କିତା, ଏବଂ ସୁଭଶ୍ରୀ ଜନ୍ମ ହୋଇଥିଲେ ।ପରବର୍ତୀ ସମୟରେ ଜୀବଜନ୍ତୁ ଅଦଳବଦଳ ପ୍ରକିୟାରେ ୨୦୧୩ ଜାନୁୟାରୀ୧୩ରେ ଆଶା ଓ ରିଶିକୁ ହାଇଦ୍ରାବାଦର ନେହେରୁ ପ୍ରାଣୀ ଉଦ୍ୟାନକୁ ସ୍ଥାନାନ୍ତର କରାଯାଇଥିଲା। ବାଘସଫାରୀର ୩୩ ନମ୍ବର ଏନକଲୋଜରରେ ରହୁଥିବା ସାରାର ପ୍ରଥମକରି ୨୦୨୪ପ୍ରେବୁୟାରୀ୨୯ତାରିଖଠାରୁ ଅସୁସ୍ଥତା ଆରମ୍ଭ ହୋଇଥିଲା।ଶୋଇରହି ଆଉ ଉଠିବା ଓ ନିଶ୍ୱାସ ନେବାରେ ଧିରେଧିରେ କଷ୍ଟସାଧ୍ୟ ହେବାରୁ ଏଠାକାର ଡାକ୍ତରମାନେ ତାର ଚିକିତ୍ସା ଆରମ୍ଭ କରିଥିଲେ।ଏହାପରେ ଆଣ୍ଟିବାୟୋଟିକ୍ ଏବଂ ସହାୟକ ଚିକିତ୍ସା ପରେ ସେ ସୁସ୍ତ ହୋଇ ୨୦୨୪ମାର୍ଚ୍ଚ୩ରେ ଠିଆ ହେବାସହ ଧିରେଧିରେ ମାଂସ ଖାଇବା ଆରମ୍ଭ କରିଥିଲା ଓ ଅଳ୍ପଜାଗାରେ ବିଚରଣ କରିଥିଲା।ଏହାସତ୍ୱେ ଚିକିତ୍ସା ବଳବତ୍ତର ରହିଥିଲା। ଚିକିସ୍ାସତ୍ତ୍ୱେ ସେ ସୁସ୍ଥ ପରିବର୍ତେ ଧୀରେ ଧୀରେ ଦୁର୍ବଳ ହେବାକୁ ଲାଗିଥିଲା।ତେବେ ଅଠରବର୍ଷ ଏକ ମାସବୟସର ସାରା ବୟାସାଧିକ ଓ ବୃଦ୍ଧାବସ୍ଥା କାରଣରୁ ତାର ମୃତ୍ୟୁଘଟିଲାବୋଲି ଉପ-ନିଦ୍ଦେଶକ ସନତକୁମାରନାରାୟଣ କହିଛନ୍ତି । ସାରାର ମୃତ୍ୟୁପରେ ନନ୍ଦନକାନନରେ ବାଘ ସଂଖ୍ୟା ୨୬ କୁ ହ୍ରାସ ପାଇଛି ।