Odisha news

ବଜ୍ରପାତ ନେଲା ନାବାଳକ ଜୀବନ

0
ବାରଙ୍ଗ : ବାରଙ୍ଗ ଅଞ୍ଚଳରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ବିଜୁଳୀ ସାଙ୍ଗକୁ ବର୍ଷା ପବନ ହୋଇଥିଲା। ଏହି ସମୟରେ ବଜ୍ରପାତ ଘଟି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ବାରଙ୍ଗ ଥାନା ତଳଗଡ଼ ଗ୍ରାମ ଶିବ ସିଂଙ୍କ ନାବାଳକ ପୁଅ ରାଜେଶ ସିଂ (୯)। ନାବାଳକଙ୍କ ପିତା ଏଠାରେ ଦୀର୍ଘ ବର୍ଷ ଧରି ରହି ଏକ ଇଟାଭାଟିରେ କାର୍ଯ୍ୟ କରି ଆସୁଛନ୍ତି।  ସୋମବାର ଅପରାହ୍ନ ସମୟରେ ଶିବ ସିଂ ପତ୍ନୀ ଏବଂ ପୁଅ ରାଜେଶକୁ ଧରି ତଳଗଡ଼ ନିକଟସ୍ଥ ପୁରୀ ମୁଖ୍ୟ କେନାଲକୁ ଗାଧୋଇବାକୁ ଆସିଥିଲେ। ହଠାତ ବର୍ଷା ଓ ଘଡ଼ଘଡ଼ି ଓ ପବନ ମାଡ଼ି ଆସିବାରୁ ସେମାନେ ଗଧୋଇକି ଫେରୁଥିଲେ। ଫେରିବା ସମୟରେ ବଜ୍ରପାତରେ ପୁଅ ରାଜେଶ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ କଟକ ଶିଶୁଭବନରେ ଭର୍ତ୍ତି କରାଯାଇଥିବାବେଳେ  ଡାକ୍ତର ତାଙ୍କୁ  ମୃତ ଘୋଷଣା କରିଥିଲେ। ଏ ସଂକ୍ରାନ୍ତରେ ଲାଲବାଗ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି।
Leave A Reply