ବାରଙ୍ଗ : ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗ ଗ୍ରାମର ଶହୀଦ ପିଣ୍ଡିକ ବାହୁବଳେନ୍ଦ୍ରଙ୍କ ଅମ୍ଲାନ ସ୍ମୁତିରେ କ୍ଲବ ତରଫରୁ 30ତମ ସାଂସ୍କୃତିକ ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି l କ୍ଳବର ପୂର୍ବତନ ସଭାପତି ପ୍ରଶାନ୍ତ ରାଉତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ନବ ନିର୍ବାଚିତ ଜଟଣୀ ବିଧାୟକବିଭୁତି ଭୂଷଣ ବଳବନ୍ତରାୟ ମୁଖ୍ୟ ଅତିଥି ଭାବେ ପ୍ରଦୀପ ପଜ୍ଵଳନ କରିଥିଲେ l ସଂମ୍ମାନିତ ଅତିଥିଭାବେ ସରପଞ୍ଚ ତପନ ଚକ୍ରବତୀ. ସାମ୍ବାଦିକ ପ୍ରଦୀପ ସ୍ୱାଇଁ. ପୂର୍ବତନ ସମିତି ସଭ୍ୟ ମିଟୁ ପାହାଡସିଂହ. ପୂର୍ବତନ ଜିଲ୍ଲା ପରିଷଦ ଡାକ୍ତର ବେହେରା.ସ୍ଲିପପତି ପ୍ରଦୀପ ବଡ଼ଜେନା. ସମାଜସେବୀ ଟଟନ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ l ମୁଖ୍ୟ ଅତିଥି ଓ ସଂମ୍ମାନିତ ଅତିଥିଙ୍କ ଦ୍ୱାରା ଗ୍ରାମର ପ୍ରତିଭା ମାନଙ୍କୁ ମାନପତ୍ର ସହ ଉତ୍ତରୀ ପ୍ରଦାନ କରାଯାଇଥିଲ l କ୍ଳବ ଉପସଭାପତି ବିଜୟ ପାହାଡ଼ସିଂହ ଧନ୍ୟବାଦ ଅର୍ପଣ କରିଥିଲେ l ଚଳିତ ବର୍ଷର ନାଟକ ନିଦେଶକ ନିରଞ୍ଜନ ପ୍ରଧାନ.ପୂର୍ବତନ ନାଟ୍ୟକାର ନାଲୁ ପାଣ୍ଡିଆ. ପୂର୍ବତନ ନିର୍ଦେଶକ ଗୋବିନ୍ଦ ଭୁଜୁବାଳ. ଚଳିତ ବର୍ଷ ସଂଗୀତ ନିର୍ଦେଶକ ପ୍ରତାପ ପରିଡା. ନୂତ୍ୟ ନିର୍ଦେଶକ ଦାମଦାର ମାଝୀ.36ତମ ଡାକ ସର୍ବଭାରତୀୟ ଡାକ ସାଂସ୍କୃତିକ (ଗୋହାଟି )ସମିଳନୀରେ ଲୋକ ସଂଗୀତ ଗାନ କରିଥବା ଶୁଭଶ୍ରୀ ଜେନାଙ୍କୁ କ୍ଲବ ତରଫରୁ ମାନ ପତ୍ର ପ୍ରଦାନ କରାଯାଇଥିଲା l କ୍ଳବ ତରଫରୁ ରାତ୍ରରେ ନାଟକ ନବୀନ ମହାପତ୍ରଙ୍କ ରଚିତ. ନାଟ୍ୟ ନିର୍ଦେଶକ ମିଞ୍ଜା ସାରଙ୍କ ନିର୍ଦ୍ଧେଷିତ ନାଟନ””ଲୁହରେ ଲେଖା ମୋ କପାଳ ରେଖା “”ମଞ୍ଚସ୍ଥ ହୋଇଥିଲା l