Odisha news

ନନ୍ଦନକାନନକୁ ଆସିଲେ ୪ନୂଆ ଅତିଥି ହୁଲକ୍ ଗିବନ ଓ ଚିତାବିରାଡି

0
ବାରଙ୍ଗ :  ନନ୍ଦନକାନନପାଇଁ ଖୁସି ଖବର ।ମଙ୍ଗଳବାର ରାତିରେ ପର୍ଯ୍ୟଟକମାନଙ୍କ ପାଇଁ ବହୁ ପ୍ରତିକ୍ଷିତ ସାଜିଥିବା  ହୁଲକ୍ ଗିବନ ସହ ଚିତାବିରାଡି ନନ୍ଦନକାନନରେ ଆସି ପହଁଚିଛି ।ପଶୁପକ୍ଷୀ ଅଦଳବଦଳ ପ୍ରକିୟାରେ ଅରୁଣାଞ୍ଚଳପ୍ରଦେଶର ଇଟାନଗର ଚିଡିଆଖାନାରୁ ଏହି ନୁଆ ଅତିଥିଙ୍କୁ ନନ୍ଦନକାନନକୁ ଅଣାଯାଇଛି ।ଏମାନଙ୍କୁ ଆଣିବାପାଇଁ ନନ୍ଦନକାନନର ଏକ ଟିମ ଗତ୧୪ତାରିଖରେ  ଇଟାନଗର ଚିଡିଆଖାନାକୁ ଯାତ୍ରା ଆରମ୍ଭ କରିଥିଲା ।ଦୀର୍ଘ୧୦ଦିନ ପରେ ଏହି ଟିମ ନୁଆ ଅତିଥିଙ୍କୁ ସାଙ୍ଗରେ ନେଇ ନନ୍ଦନକାନନରେ ପହଁଚିଛି ।ଏହି ନୁଆ ଅତିଥିମାନଙ୍କ ମଧ୍ୟରେ ହଳେ ହୁଲକ ଗିବନ ଓ ହଳେ ଚିତାବିରାଡି ଅଛନ୍ତି ।ଏମାନଙ୍କୁ  ୧୦ନମ୍ବର ଫାଟକ ନିକଟରେ ଥିବା ନୁତନ କ୍ୱାରେଂଟାଇନରେ ଡାକ୍ତରମାନଙ୍କ ନଜରବନ୍ଦିରେ ରଖାଯାଇ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଅନୁଧ୍ୟାନ କରାଯାଉଛିା ।ଏହି ନୁଆ ଅତିଥିମାନଙ୍କ ପାଇଁ ନନ୍ଦନକାନନକୁ ଗୋଟିଏ ୩ବର୍ଷର ସାଧାରଣ ବାଘୁଣୀ ସୋହିନୀ ଓ ଗୋଟିଏ  ୩ବର୍ଷର ଅଣ୍ଡିରା ସାଧାରଣବାଘ ରକି\’ ଓ ତିନି ଘଡିଆଳକୁମ୍ଭୀରକୁ ଦେବାକୁ ପଡିଛି । ତେବେ ନନ୍ଦନକାନନକୁ ଆସିଥିବା ଦୁଇପ୍ରଜାତିର ନୁଆ ଅତିଥିମାନଙ୍କ ମଧ୍ୟରେ ହୁଲକଗିବନ ନନ୍ଦନକାନନ ପାଇଁ ନୁଆ ହୋଇଥିବାବେଳେ ନନ୍ଦନକାନନରେ ଗୋଟିଏମାତ୍ର ଚିତାବିରାଡି ରହିଛି ।ଏବେ ହଳେ ଚିତାବିରାଡିଆସିବା ଯୋଗୁ ଚିତାବିରାଡି ବଂଶବୃଦ୍ଧିହେବାର ଆଶା ରଖାଯାଇଛି ।
ଚଳିତବର୍ଷ ନନ୍ଦନକାନନ ପକ୍ଷରୁ ଦୁଇଟି ପର୍ଯ୍ୟାୟରେ ପଶୁପକ୍ଷୀ ଅଦଳବଦଳ ପ୍ରକିୟାକୁ ତ୍ୱାରାନିତ୍ୱ କରିବାର ଯୋଜନା ରଖାଯାଇଥିଲା । ମାର୍ଚ୍ଚ ୩ରେ ଆରମ୍ଭ ହୋଇଥିବା ଚଳିତବର୍ଷର ପ୍ରଥମ ପଶୁପକ୍ଷୀ ଅଦଳବଦଳରେ  ଦୁଇଟି ସାଧାରଣବାଘ କୁନ୍ଦନ ଓ ଆଦ୍ୟାଶାକୁ ମିଜୋରାମର ଆଇଜଲ ଚିଡିଆଖାନାକୁ ପଠାଯାଇଥିଲା ।ତାହାବଦଳରେ ସେଠାରୁ ହଳେ ହୁଲକଗିବନ ଓ ହଳେ ଘୁଷୁରିଲାଞ ମାକେକ୍ ଓ ଗୋଟିଏ ମାଈ ହିମାଳୟକଳାଭାଲୁ ନନ୍ଦନକାନନକୁ ଆସବାର ନିଷ୍ପତି ହୋଇଥିଲା ।ଦ୍ୱତୀୟପର୍ଯ୍ୟାୟ ପଶୁପକ୍ଷୀ ଅଦଳବଦଳ ପ୍ରକିୟା   ଅରୁଣାଞ୍ଚଳପ୍ରଦେଶର ଇଟାନଗର ଚିଡିଆଖାନା ସହ ରହିଥିଲା ।କିନ୍ତୁ ପ୍ରଥମ ପର୍ଯ୍ୟାୟକୁ ଛାଡି ଦ୍ୱିତୀୟ ପର୍ଯ୍ୟାୟ ପଶୁପକ୍ଷ ଅଦଳବଦଳ ପ୍ରକିୟା ଆଜି ଶେଷ ହୋଇଛି ।
Govt
Leave A Reply