Odisha news

ଟିଲୋ ପଞ୍ଚାୟତରେ ମାସ୍କ ବଣ୍ଟନ

ବନ୍ତ : ଅଖିଳ ଭାରତୀୟ କଂଗ୍ରେସ କମିଟିର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ଜନ୍ମ ଦିବସ ଉପଲକ୍ଷେ ବନ୍ତ ବ୍ଲକ ନିଳୋକ ଓ ଟିଲୋ ପଞ୍ଚାୟତରେ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଲକ କଂଗ୍ରେସ କମିଟିର ଉପସଭାପତି ନିରଞ୍ଜନ ମଲ୍ଲିକଙ୍କ ନେତୃତ୍ୱ ତଥା ମଣିଭଦ୍ର ବିଶ୍ୱାଳଙ୍କ ତତ୍ତ୍ୱାବଧାନରେ ନିଳୋକ ପଞ୍ଚାୟତର ତାଳବାଙ୍କ ଗ୍ରାମରେ ୨୫ ଅନୁସୂଚିତ ଜନଜାତି ପରିବାରଙ୍କୁ ମାସ୍କ ବଣ୍ଟନ କରାଯାଇଛି । କଂଗ୍ରେସର ନେତୃତ୍ୱ ମାନେ ଘର ଘର ବୁଲି ଲୋକ ମାନଙ୍କୁ କରୋନା ସଚେତନତା କରାଇବା ସହ ମାସ୍କ ବାଣ୍ଟିଥିଲେ ।

ଏଥିରେ ଦୁର୍ଗା ଶଙ୍କର ପଣ୍ଡା, ବସନ୍ତ କୁମାର ନାୟକ, ସନ୍ତୋଷ ଧଳ ସହାୟତା କରିଥିଲେ । ସେହିପରି ଟିଲୋ ପଞ୍ଚାୟତର ପୋଡାପାଟଣା, କଣ୍ଟାପଡା ଗ୍ରାମରେ କଂଗ୍ରେସ ନେତା ନବଘନ ରାଜ, ଶ୍ୟାମସୁନ୍ଦର ଦାସ, ବିକାଶ ଦାସ, ହରିହର ସେଠୀ, କାର୍ତ୍ତିକ ବେହେରା, ବିମ୍ବାଧର ଜେନା ପ୍ରମୁଖ ଘର ଘର ବୁଲି ସାମାଜିକ ଦୂରତା ରକ୍ଷା କରି ମାସ୍କ ଓ ସାନିଟାଇଜର ବାଣ୍ଟିଥିଲେ ।

Nalco

Comments are closed.