ବାଙ୍କୀ : ପ୍ରାଥମିକ ସେବା ସମବାୟ ସମିତିରେ କର୍ମଚାରୀ ନିଯୁକ୍ତିରେ ବ୍ୟାପକ ଜାଲିଆତି ସାଂଗକୁ ଜମି ନଥିବା ଲୋକଙ୍କୁ ଲକ୍ଷାଧିକ ଟଙ୍କାର ଋଣ ପ୍ରଦାନର ତଦନ୍ତ ପାଇଁ ବାରମ୍ବାର ଦାବି ସତ୍ତ୍ୱେ ସମବାୟ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆ ଯାଉନଥିବାରୁ ଆସନ୍ତା ସପ୍ତାହରେ ସମିତି କାର୍ଯ୍ୟାଳୟରେ ତାଲା ପକାଇ ଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ବହୁ ସଭ୍ୟ ଓ ଜମାକାରୀ, ଅଭିଯୋଗରୁ ଜଣାଯାଇଛି ଯେ କଟକ ଜିଲ୍ଲା ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିନସ୍ଥ କଳାପଥର ଶାଖା ଅନ୍ତର୍ଗତ ଜଗନ୍ନାଥପୁର ସେବା ସମବାୟ ସମିତିରେ ବ୍ୟାପକ ଘୋଟଲା ହୋଇଥିବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ ତଦନ୍ତ ପାଇଁ ଦିନ ପରେ ଦିନ ଗଡାଇ ଚାଲିଛନ୍ତି ସମିତିର ସଂପାଦକ ତା ୩୧/୦୫/୨୦୧୯ରେ ଚାକିରିରୁ ଅବଦର ନେଇଥିବା ବେଳେ ଉପରିସ୍ଥ ଅଧିକାରୀଙ୍କର ବିନା ଅନୁମୋଦନରେ ପିଛିଲା ତାରିଖରେ ସଭା ବହିରେ ଲିପିବଦ୍ଧ କରି ମାସିକ ୧୨ହଜାର ଟଙ୍କା ଲେଖାଏଁ ଦରମା ନେଇଥିବାର ବର୍ତ୍ତମାନ ସଂପାଦକ ସୂଚନା ନେଇଛନ୍ତି ।
ତେବେ ସହ ସଂପାଦକ ପଦବୀରେ ବିନା ବିଜ୍ଞାପନ ମାଧ୍ୟମରେ ନିଯୁକ୍ତି କରି ପୁନର୍ବାର ପିଅନ ପଦବୀରେ ନିଜ ଇଚ୍ଛାରେ ନିଯୁକ୍ତି କରିଥିବାର ଜଣା ପଡିବା ପରେ ବହୁ ଚାଷୀ, ଜମାକାରୀ ଓ ପରିଚାଳନା ପରିଷଦର ପୂର୍ବତନ ସଭାପତିଙ୍କ ସମେତ ବହୁ ସଭ୍ୟ ତଦନ୍ତ କରି ବେଆଇନ ଭାବେ ନିଯୁକ୍ତି କରାଯାଇଥିବା କର୍ମଚାରୀଙ୍କୁ ନିଦେ୍ର୍ଦଶାନାମା ବାତିଲ କରି ନୂତନ ଭାବେ ନିଯୁକ୍ତି ପ୍ରକିୟା କରିବା ପାଇଁ ଦୁଇଦୁଇ ଥର ବାଙ୍କୀ ଏଆର.ସି.ଏସ ଓ କଟକ ଡିଆର.ସି.ଏସଙ୍କୁ ଭେଟି ଅଭିଯୋଗ କରାଯାଇଛି ।
ମାତ୍ର ଏଆର.ସି.ଏସଙ୍କ ପକ୍ଷରୁ ପଦକ୍ଷେପ ନିଆ ନଯାଉଥିବାରୁ କ୍ଷତିରେ ଚାଲୁଥିବା ସେବା ସମବାୟ ସମିତିକୁ ବଞ୍ଚାଇବା ପାଇଁ ଆଗାମୀ ସପ୍ତାହରେ ସମିତିରେ ତାଲା ପକାଇ ଧାରଣା ଦେବା ପାଇଁ ଚାଷୀ ଓ ଜମାକାରୀ ମାନେ ଚେତାବନୀ ଦେବା ସହିତ ଲିଖିତ ଭାବେ ବାଙ୍କୀ ଏଆର.ସି.ଏସଙ୍କୁ ଜଣାଇଛନ୍ତି । ଏ ସଂପର୍କରେ ବାଙ୍କୀ ଏ.ଆର.ସି.ଏସ ଦେବୀ ପ୍ରସନ୍ନ ସ୍ୱାଇଁଙ୍କୁ ପଚାରିବାରେ ସେ କହିଲେ ତଦନ୍ତ ପାଇଁ ଅଧିକାରୀ ନିଯୁକ୍ତି କରାଯାଇଛି ।
ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଅତି ଚଞ୍ଚକତା କରି ପୂର୍ବତନ ସଂପାଦକ ମାସିକ ଦରମା ନେଇଥିବା ଟଙ୍କାଙ୍କୁ ଫେରସ୍ତ ଆଣି ସମିତିରେ ଜମା କରିବାକୁ ଚାଷୀମାନେ ଦାବି କରିଛନ୍ତି । ସଭ୍ୟ ହାଡିବନ୍ଧୁ ମହାନ୍ତି, ବାନାମ୍ବର ନିଶଙ୍କ, ବିଭୁତି ଭୁଷଣ ମହାନ୍ତି, ଶ୍ରୀନିବାସ ବେହେରା, ମନୋରଞ୍ଜନ ସାହୁ, ରମେଶ ମାନଧାତା ଙ୍କ ସମେତ ବହୁ ଜମାକାରୀ ଲିଖିତ ଭାବେ ଜଣାଇଛନ୍ତି ।