ବାଙ୍ଗିରିପୋଷି୨୬/୯: ଶନିବାର ବାଙ୍ଗିରିପୋଷି ୪୯ ନମ୍ବର ଜାତୀୟ ରାଜପଥ ଦ୍ୱାରଶୁଣି ଘାଟିରେ ଡବ୍ଲୁବି୧୧ଭି ୩୭୪୧ ନମ୍ବର ବିଶିଷ୍ଟ ଏକ ଟ୍ରକ କଲିକତା ଅଭିମୁଖେ ଯାଉଥିବା ବେଳେ ପଛ ପଟୁ ଅନ୍ୟ ଏକ ମାଲବହୀ ଟ୍ରକ ଏନଏଲ ୦୨କେ ୩୭୨୪ ଭାରସାମ୍ୟ ହରାଇ ଟ୍ରକଟି ଧକ୍କା ଦେଇଥିଲା । ଖବର ପାଇ ବାଙ୍ଗିରିପୋଷି ପୁଲିସ ଘଟଣା ସ୍ଥଳରେ ପହଂଚି ଆହାତ ଡ୍ରାଇଭରକୁ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିସôା କରାଇଥିଲେ । ଦୃର୍ଘଟଣା କରିଥିବା ଟ୍ରକଟି ଯୋଡାରୁ ହଳଦିଆକୁ ଲୁହାପଥର ଗୁଣ୍ଡ ନେଇ ଯାଉଥିବା ସୂଚନା ମିଳିଛି ।