Odisha news

୪୨ ଦିନ ଧରି ନା-ବାଳିକା ନିରୁଦ୍ଧିଷ୍ଟ , ପୋଲିସ ପତା ପାଉନି

0

ବାଲିପାଟଣା, ୨୪/୦୯ : ବାଲିପାଟଣା ଥାନା ଅନ୍ତର୍ଗତ ଝୀଂଟି ଶାସନ ଗ୍ରାମର ଜଣେ ନାଁ ବାଳିକା ୪୨ ଦିନ ଧରି ନିରୁଦ୍ଧିଷ୍ଟ ହୋଇଥିଲେ ମଧ୍ୟ ପୋଲିସ ଅଦ୍ୟାବଧି ନାଁ ବାଳିକାକୁ ଉଦ୍ଧାର କରିପାରି ନାହିଁ । ପରିବାର ଲୋକେ ବାଲିପାଟଣା ଥାନାରେ ଅଭିଯୋଗ କରିବା ପରେ ପୋଲିସ କେସ୍ ନଂ ୨୩୦/୨୦୨୦ ରେ ଏକ ମାମଲା ରୁଜୁକରି ଚୁପ ହୋଇ ବସିରହିଥିବା ଅଭିଯୋଗ ହୋଇଛି । ଖବରରୁ ପ୍ରକାଶ ଝୀଂଟି ଶାସନ ଗ୍ରାମର ନିରାକାର ପାଣିଗ୍ରାହୀ ଏବଂ ଲକ୍ଷ୍ମୀପ୍ରୀୟା ପାଣିଗ୍ରାହୀଙ୍କର ବଡ ଝିଅ ଶ୍ରୀକ୍ଷେତ୍ରଜା ପାଣିଗ୍ରାହୀ (୧୭) ଗତ ଅଗଷ୍ଟ ମାସ ସଂନ୍ଧ୍ୟା ୬ଟାରେ ନିରୁଦ୍ଧିଷ୍ଟ ହୋଇଥିଲେ ।

ଏ ସମ୍ବନ୍ଧରେ ବାଲିପାଟଣା ଥାନାରେ ଝିଅର ମାଆ ଲକ୍ଷ୍ମୀପ୍ରିୟା ପାଣିଗ୍ରାହୀ ଅଭିଯୋଗ କରିଥିଲେ ଯେ ମୋ ଝିଅକୁ ସୁରେଶ କୁମାର ନାୟକ ନାମକ ବ୍ୟକ୍ତି ନେଇ ଯାଇଛନ୍ତି । ବାଲିପାଟଣା ଥାନା ପୋଲିସ ଘଟଣାକୁ ଗୁରୁତର ସହ ନ ନେଇ ବିଭିନ୍ନ ପ୍ରକାର ଆଳ ଦେଖାଇ ସମୟ ଗଡାଇ ଚାଲିଥିଲେ । ଦୀଘ୭ ୪୨ ଦିନ ବିତି ଯାଇଥିଲେ ମଧ୍ୟ ଲକ୍ଷ୍ମୀପ୍ରିୟା ଦୈନିକ ଥାନାକୁ ଦୈଡି ଦୈଡି ନିରାଶ ହେବା ପରେ ବିଭି୍ନ୍ନ ସାମାଜିକ ସଂଗଠନ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କୁ ନିଜର ଦୁଃଖ ଜଣାଇ ଥିଲେ । ସେ ଗରିବ ଲୋକ ହୋଇଥିବାରୁ ତାଙ୍କ ପାଖରେ ଟଙ୍କା ବଳ ନଥିବାରୁ ସେ କିପରି ଝିଅକୁ ଉଦ୍ଧାର କରିବେ ସେଥିପାଇଁ ସେ ଚିନ୍ତାରେ ଦିନ କାଟୁଛନ୍ତି ।

Leave A Reply