ବାଲିପାଟଣା ତା ୨୦/୦୬ : ଆଜି ବାଲିପାଟଣା ବ୍ଲକ ଅନ୍ତର୍ଗତ ଚାରି ଗୋଟି ଆଶ୍ରୟ ସ୍ଥଳୀ ମାନଙ୍କରେ ବିପର୍ଯୟ ପ୍ରଶମନ କାର୍ଯ୍ୟକ୍ରମ ର ପ୍ରସ୍ତୁତି ନିମନ୍ତେ ଅଭ୍ୟାସ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ନାରିଶୋ ଗ୍ରାମ ପଞ୍ଚାୟତ ର କଣ୍ଟାପଡ଼ା ଠାରେ ବ୍ଲକ ସ୍ତରୀୟ ମୁଖ୍ୟ କାର୍ଯ୍ୟକ୍ରମରେ ଭୁବନେଶ୍ୱର ଉପଜିଲ୍ଲପାଳ ଡ୍ ମହେନ୍ଦ୍ର କୁମାର ପଣ୍ଡା ଯୋଗଦେଇ ସ୍ଥାନୀୟ ଜନସାଧାରଣ ଙ୍କୁ ସଚେତନ କରାଇଥିଲ।ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ମୃତିପ୍ରଜ୍ଞା ପ୍ରିୟଦର୍ଶିନି,ଅତିରିକ୍ତ ତହସିଲଦାର ମିଲନ ଜୟସ୍ଵାଲ,ଜିଲ୍ଲା ପରିଷଦ ସଭ୍ୟ ପବିତ୍ର ପଟେଲ,ସରପଞ୍ଚ କବିତା କାଣ୍ଡି,ସମିତିସଭ୍ୟ ଝିଲ୍ଲି ଭୋଇ ପ୍ରମୁଖ ଅନ୍ୟାନ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।ଏଠାରେ ଅଗ୍ନିଶମ ବିଭାଗ ତରଫରୁ ଚିତ୍ତାକର୍ଷକ ଉଦ୍ଧାର କୌଶଳ ପ୍ରଦର୍ଶନ କରାଯାଇଥିଲା।କାର୍ଯ୍ୟକ୍ରମ ରେ ବି ଏସ ଏସ ଓ ଦିବ୍ୟଜ୍ୟୋତି ଭୁତିଆ, ପଞ୍ଚାୟତ ର ନିର୍ବାହୀ ଅଧିକାରୀ,ନୋଡାଲ ସ୍ବେଛାସେବୀ ଶିବ ପାଟଯୋଷି,ଆଶା,ଅଙ୍ଗନୱାଡ଼ି ଓ ସ୍ଥାନୀୟ ଜନସାଧାରଣ ଯୋଗଦେଇଥିଲେ।ସେହିପରି ଗୁଆପୂର୍ ର ପୁବଗଡ ଠାରେ ଜାତୀୟ ସେବା ବାହିନୀ,କୁରୁଞ୍ଜିପୁର୍ ଓ ଗରିଆ ଠାରେ ଅନ୍ୟ ସ୍ବେଛାସେବୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।