Odisha news

ବାଲିପାଟଣା : ତହସିଲଦାର କୁ ଦାବିପତ୍ର ଦେଲେ ହିତାଧିକାରୀ

0

ବାଲିପାଟଣା:-୧୭/୦୮ବାଲିପାଟଣା ବ୍ଲକ ,ପମ୍ପାଲୋ ଗ୍ରାମ ପଂଚାୟତ ର ଗତ ଫନି ବାତ୍ୟାରେ କ୍ଷୟକ୍ଷତି ହୋଇଥିବା ହିତାଧିକାରୀମାନେ ସୋମବାର ପୂବାହ୍ନରେ ବିଶ୍ୱନାଥପୁର ରାଜସ୍ୱ ନିରୀକ୍ଷକ ଙ୍କ ସପକ୍ଷରେ ଏକ ଦାବିପତ୍ର ସ୍ଥାନୀୟ ତହସିଲଦାର ସୁନିତା ଜେନା କୁ ପ୍ରଦାନ କରିଛନ୍ତି । ପ୍ରକାଶ ଥାଉକି ଗତ ୨୦୧୯ ମସିହା ମେ ମାସରେ ପ୍ରଳୟଙ୍କାରୀ ବାତ୍ୟା “ଫନୀ” ରେ ବାଲିପାଟଣା ବ୍ଲକ ରେ ବ୍ୟାପକ କ୍ଷୟକ୍ଷତି ହେବା ସହିତ ପ୍ରବଳ କଚ୍ଚାଘର ,ଆଜବେଷ୍ଟସ ଘର ଭାଙ୍ଗିଯାଇଥିଲା ।

ପରେ ରାଜ୍ୟ ସରକାର ସଂପୃକ୍ତ ଅଂଚଳର ରାଜସ୍ୱ ନିରୀକ୍ଷକ ଓ ଅନ୍ୟାନ୍ୟ ଅଧିକାରୀ ମାନଙ୍କୁ ଉପଯୁକ୍ତ ତଦନ୍ତ କରି ହିତାଧିକାରୀ ମାନଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ନିଦେ୍ର୍ଦଶ ଦେଇଥିଲେ । ତଦନୁସାରେ ପମ୍ପାଲୋ ଗ୍ରାମ ପଂଚାୟତ ର ରାଜସ୍ୱ ନିରୀକ୍ଷକ ଉପଯୁକ୍ତ ତଦନ୍ତ କରି ଘରଭଙ୍ଗା ସାହାଯ୍ୟ ପ୍ରଦାନ କରିଥିଲେ ।

କିନ୍ତୁ ଦୀର୍ଘ ୧୫ ମାସ ପରେ ଗତ ୧୨ ତାରିଖ ବାଲିପାଟଣା ବ୍ଲକ ବିଜେପି ଦଳ ପକ୍ଷରୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହିତ ପମ୍ପାଲୋ ଗ୍ରାମ ପଂଚାୟତ ରେ ଘର ଭଙ୍ଗା ସହାୟତା ପ୍ରଦାନ ରେ ବ୍ୟାପକ ଅନିୟମିତତା ହୋଇଛି ବୋଲି ଜିଲ୍ଲାପାଳଙ୍କ ଉଦେ୍ଦଶ୍ୟରେ ଏକ ଦାବିପତ ସଂପୃକ୍ତ ତହସିଲଦାରଙ୍କୁ ପ୍ରଦାନ କରିଥିଲେ । ଯେଉଁଥିପାଇଁ ଆଜି ଘରଭଙ୍ଗା ପାଇଥିବା ସମସ୍ତ ହିତାଧିକାରୀ ଉପଯୁକ୍ତ ସମସ୍ତ ହିତାଧିକାରୀ ଉପଯୁକ୍ତ ତଦନ୍ତ କରି ରାଜସ୍ୱ ନିରୀକ୍ଷକ ସାହାଯ୍ୟ ପ୍ରଦାନ କରିଛନ୍ତି ବୋଲି ତହସିଲଦାର ଙ୍କୁ ପ୍ରଦାନ କରିଥିଲେ । ଏ ସଂପର୍କରେ ସ୍ଥାନୀୟ ତହସିଲଦାର ଙ୍କୁ ଯୋଗାଯୋଗ କରିବାରୁ ସେ କୁହନ୍ତି । ଜିଲ୍ଲା ସ୍ତରରେ ଏହାର ଏକ କମିଟି ଗଠନ କରାଯାଇଛି । ଏହି କମିଟି ତଦନ୍ତ କରି ନିଷ୍ପତି ଗ୍ରହଣ କରିବ । ଉକ୍ତ କାର୍ଯ୍ୟାକ୍ରମରେ ସ୍ଥାନୀୟ ନୋମିନି ରମେଶ ଚନ୍ଦ୍ର ସାହାଣୀ , ଅମରେଶ ସ୍ୱାଇଁ, କାବୁଲା ପାଣି, ମାନସ ପଣ୍ଡା, ବିଜୟଲକ୍ଷ୍ମୀ ବେହେରା, ପ୍ରାଣକୃଷ୍ଣ ଦାସ ପ୍ରମୁଖ ସାମିଲ ଥିଲେ ।

Leave A Reply