Odisha news

ରେଳ ପ୍ରକଳ୍ପ ଦ୍ବାରା ଜମିହରା ବିସ୍ଥାପିତ ମାନଙ୍କୁ ନେଇ କମିଟି ଗଠିତ।

ବୋରିଗୁମ୍ମା (କେ.ସାକିଲି ଦୋରା)—- ବୋରିଗୁମ୍ମା ସ୍ଥିତ ଭୈରବ ମନ୍ଦିର ପ୍ରାଙ୍ଗଣରେ ରେ ଜୟପୁର–ନବରଙ୍ଗପୁର ନୂତନ ରେଳ ପଥ ନିମନ୍ତେ ବୋରିଗୁମ୍ମା ପଞ୍ଚାୟତ ରେ ଜମି ହରାଉଥିବା ବିସ୍ଥାପିତ ମାନଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି।ବହୁ ପ୍ରତୀକ୍ଷିତ ଜୟପୁର–ନବରଙ୍ଗପୁର ନୂତନ ରେଳ ପଥ ପାଇଁ ବୋରିଗୁମ୍ମା ପଞ୍ଚାୟତ ର ୪୭୫.୧୫୨ ଏକର ଜମି ଯାଉଛି। ଏଥିରେ ପ୍ରାୟ ୫୦୦ ରୁ ଉର୍ଦ୍ଧ୍ବ ଲୋକଙ୍କ ଜମି ଅଧିଗ୍ରହଣ ହେବ। ତେବେ ବର୍ତ୍ତମାନ ସର୍ଭେ ମୁତାବକ ଉକ୍ତ ରେଳପଥ ପାଇଁ ସ୍କୁଲ, କଲେଜ ଓ ସହର ମୁଖ୍ୟ ମୁଖ୍ୟ ସ୍ଥାନ ପ୍ରଭାବିତ ହେଉଛି। ଏଣୁ ନୂତନ ରେଳପଥ କୁ ବିରୋଧ ନୁହେଁ ବରଂ ସହର ଠାରୁ ପାଞ୍ଚ କିଲୋମିଟର ଦୂର ରେ ରେଳପଥ ଯାଉ ବୋଲି ବୈଠକରେ ଆଲୋଚନା ହୋଇଥିଲା।ଜମି ହରା ବିସ୍ଥାପିତ ଙ୍କ ନୂତନ କମିଟି ର ସଭାପତି ଭାବେ ବିବେକାନନ୍ଦ ପଟ୍ଟନାୟକ ଙ୍କୁ ମନୋନୀତ କରାଯାଇଥିବା ବେଳେ ଉପ ସଭାପତି ଭାବେ ନୀଳକଣ୍ଠ ରାଉତ,ସମ୍ପାଦକ ଭାବେ ମନୋରଞ୍ଜନ ଗନ୍ତାୟତ, ସହ ସମ୍ପାଦକ ଭାବେ ପୀତବାସ ପଣ୍ଡା ଓ କୋଷାଧ୍ୟକ୍ଷ ଭାବେ ଏସ.ସତ୍ୟ ସାଇ ଙ୍କୁ ମନୋନୀତ କରାଯାଇଥିଲା। ଆଇନ ପରାମର୍ଶଦାତା ଭାବେ ବରିଷ୍ଠ ଆଇନଜୀବୀ ଲାଲୁ ଷଡ଼ଙ୍ଗୀ, ସୁବାସ ଚନ୍ଦ୍ର ନାୟକ,କେ.ନାଗରାଜ ଦୋରା, ଶରତ ଚନ୍ଦ୍ର ରଥ ଙ୍କୁ ମନୋନୀତ କରାଯାଇଥିଲା। ବରିଷ୍ଠ ଆଇନଜୀବୀ ଲାଲୁ ଷଡ଼ଙ୍ଗୀ ବୈଠକରେ ଯୋଗ ଦେଇ କହିଥିଲେ ଯେ ଆଜି ଜମି ବିସ୍ଥାପିତ ମାନଙ୍କୁ ନେଇ ନୂତନ କମିଟି ଗଠନ କରାଗଲା। କୋରାପୁଟ ଜିଲ୍ଲାପାଳ ଠାରୁ ଆରମ୍ଭ କରି ରେଲୱେ ବିଭାଗ ପର୍ଯ୍ୟନ୍ତ ଆପତ୍ତି ପତ୍ର ପ୍ରଦାନ କରାଯାଇଛି। ଏହାର ପୁନଃ ବିଚାର କରିବା ସହ ଉପଯୁକ୍ତ ସର୍ଭେ କରନ୍ତୁ। ଏଥିସହ ସହର ଠାରୁ ପାଞ୍ଚ କିଲୋମିଟର ଦୁର ଦେଇ ଜୟପୁର–ନବରଙ୍ଗପୁର ନୂତନ ରେଳପଥ ଯାଉ।ଜମି ହରାଉଥିବା ଲୋକଙ୍କୁ ଜମି ର ଉପଯୁକ୍ତ ମୂଲ୍ୟ ପ୍ରଦାନ କରାଯାଉ ବୋଲି ଦାବୀ କରିଥିଲେ। ଯଦି ରେଲୱେ ଏଥିରେ ଟାଳଟୁଳ ନୀତି ପ୍ରୟୋଗ କରେ ତେବେ ଲୋକେ ରାଜରାସ୍ତା କୁ ଉଲ୍ଲାଇବା ସହ ଉଚ୍ଚ ନ୍ୟାୟାଳୟ ର ଦ୍ୱାରସ୍ଥ ହେବାକୁ ପଛାଇବେ ନାହିଁ। ନୂତନ କମିଟି ରେ କାର୍ଯ୍ୟକାରୀ ସଭ୍ୟ ଭାବେ ମାଧବ ଯାନୀ, କେ.କେଶବ ରାଓ, ରାଜେଶ୍ୱର ରାଉତ, ଲଛମନ  ବିଶୋଇ, ମହମ୍ମଦ ଆଫ୍ରଜ,ପ୍ରକାଶ ରଥ, ସୁଶାନ୍ତ କୁମାର ରଥ, ପୁଟୁନ ମହାନ୍ତି ମନୋନୀତ ହୋଇଥିଲେ।
2 Attachments
Govt

Comments are closed.