ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି. ଉଦୟଗିରି ନିକଟସ୍ଥ କେନ୍ଦୁପଦର ସେବାଶ୍ରମ ରାସ୍ତା କଡରୁ ରବିବାର ବିଳମ୍ବିତ ରାତିରେ ଏକ ନବଜାତ ଶିଶୁପୁତ୍ରକୁ ଚାଇଲଡଲାଇନ ଉଦ୍ଧାର କରିଛି ।
ଖବର ପାଇ ଚାଇଲଡ ଲାଇନ ସଦସ୍ୟ ଅନୁପ କୁମାର ସାହୁ,ଚିକୁନକୁମାର ପ୍ରଧାନ, ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି କାନ୍ଦୁଥିବା ଅବସ୍ଥାରେ ଶିଶୁପୁତ୍ର କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତିକରି ଥିଲେ। ଶିଶୁଟି ଏବେ ଏସଏନସିୟୁ ରେ ଚିକିତ୍ସାଧୀନ ରହିଛି। ତାର ସ୍ଵାସ୍ଥ୍ୟ ଅବସ୍ଥା ଭଲ ଥିବା ଡାକ୍ତର କହିଛନ୍ତି।
ନବଜାତକ ଶିଶୁ ପୁତ୍ରକୁ କିଏ କାହିଁକି ସେଠାରେ ପକାଇ ଦେଇଥିଲା ଜଣାପଡିନି। ଶିଶୁର କାନ୍ଦ ଶୁଣି ସ୍ଥାନୀୟଲୋକେ ଚାଇଲଡ ଲାଇନକୁ ଜଣାଇଥିଲେ।