ବାଲିଗୁଡା, ତା, ୧୫/୧୦:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର ସାରଙ୍ଗଗଡ଼ ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ପୋଲିସ କବଜାରେ ଆଠ ଜଣିଆ ଡକାୟତି ଗ୍ୟାଙ୍ଗକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ସାରଙ୍ଗଗଡ଼ ଥାନା ପୋଲିସ୍ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗୁଟିଙ୍ଗିଆର କାଦପିଡା ଡ୍ୟାମ ନିକଟରେ କ୍ୟାମ୍ପ କରି ରହୁଥିବା ସମ୍ବଲପୁର ଅଞ୍ଚଳର ଯାଯାବର ମାନଙ୍କ ଠାରୁ ଉକ୍ତ ଡକାୟତି ଗ୍ୟାଙ୍ଗ ବିଭିନ୍ନ ମାରଣାସ୍ତ୍ର ଦେଖାଇ ଭୟଭୀତ କରି ନଗଦ ଦଶ ହଜାର ପାଞ୍ଚ ଶହ ଟଙ୍କା,ଏକ ମଟର ସାଇକେଲ ଓ ମୋବାଇଲ ଲୁଟି ନେଇଥିଲେ। ଯାଯାବର ମାନଙ୍କ ପକ୍ଷରୁ ଅଭିଯୋଗ ପରେ ସାରଙ୍ଗଗଡ଼ ଥାନା ପୋଲିସ ତତ୍ପରତା ଦେଖାଇ ଅନୁସନ୍ଧାନ କରି ସମସ୍ତ ଆଠ ଜଣ ଡକାୟତି ଗ୍ୟାଙ୍ଗଙ୍କୁ ଗିରଫ କରିବା ସହ ଲୁଟ୍ କରିଥିବା ଟଙ୍କା, ମଟର ସାଇକେଲ, ମୋବାଇଲ ଓ ସେମାନେ ବ୍ୟବହାର କରି ଥିବା ଟାଟା ଏସି ପିକଅପ ଭ୍ୟାନ୍ ନଂ ଓଡି-୧୧ -ଟି -୭୮୭୯ ଭ୍ୟାନ୍ ଟିକୁ ଜବତ କରିଥିଲେ। ଗିରଫ ଅଭିଯୁକ୍ତ ହେଲେ ସାରଙ୍ଗ ଗଡ଼ ଥାନା ଅଧୀନରେ ଥୂବା ଦାସିଗୁଡାର ଗୁଡୁ ଓରଫ ଗୁଚ୍ଚାକେଶ ପ୍ରଧାନ (୨୫),ଜିରିଡିକିଆର ରବି ଚନ୍ଦ୍ର ପ୍ରଧାନ(୫୫), ପାଟ୍ଟଖଣ୍ଡା ସାହିର ଉମାକାନ୍ତ ସାହୁର ଦୁଇ ପୁଅ ପିଣ୍ଟୁ ଓରଫ ହରେକୃଷ୍ଣ ସାହୁ (୨୫) ଓ ଚିଣ୍ଟୁ ଓରଫ ହୃଷୀକେଶ ସାହୁ (୨୨), ଅଶୋକ ନଗର ହରିଜନ ସାହିର ମାନସ ନାୟକ (୩୭), ଓମ୍ କୁମାର ମୁଖି (୧୮),ଦୀପକ ମୁଖୂ (୨୮) ଓ ନାବାଳକ ସଲାଗୁଡାର ରାକେଶ କୁମାର ବେହେରା (୧୭) ଆଠ ଜଣ ଡକାୟତକୁ କୋର୍ଟ ଚାଲାଣ କରିଛି। ତେବେ ଏନେଇ ଥାନା ଅଧିକାରୀ ବଧୁଲିକା ବିଶ୍ବାଳ ଥାନା କେସ ନମ୍ବର ୧୮୭/୨୫ ରେ ଏକ ମାମଲା ରୁଜୁ କରି ଦଫା ୩୧୦(୨) ଓ ୧୦୯ ବିଏନଏସ ଧାରାରେ ଏସଆଇ ଅନୀଲ କୁମାର ପଲେଇ ତଦନ୍ତ ଭାର ଗ୍ରହଣ କରିଥିବା ଜଣାପଡିଛି ।