Odisha news

ଭାରସାମ୍ୟ ହରାଇ ବାଇକ୍‌ ଦୁର୍ଘଟଣା : ୩ ଯୁବକଙ୍କ ମୃତ୍ୟୁ

0
ବାଲିଗୁଡା, ତା, ୦୩/୧୦:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ଡୁଲୁରୀ ପାଇନବଣ ନିକଟରେ ଏକ ବାଇକ୍‌ ଦୁର୍ଘଟଣା ଘଟିଛି ଏଥିରେ ୩ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ପୋଲିସ କହିଛି। ମୃତକଙ୍କ ପରିଚୟ ମିଳି ନ ଥିବା ବେଳେ ପୋଲିସ ପରିଚୟ ଜାଣିବା ପାଇଁ ବିଭିନ୍ନ ଦିଗକୁ ନେଇ ତଦନ୍ତ ଚଳାଇଥିବା ସବ୍‌ଇନ୍ସପେକ୍ଟର ଜୟନ୍ତ କୁମାର ସେଠୀ କହିଛନ୍ତି। ପ୍ରକାଶ ଯେ, ଶୁକ୍ରବାର ସନ୍ଧ୍ୟାରେ ଦାରିଙ୍ଗବାଡ଼ି ପଟୁ ଏକ ବାଇକ୍‌ରେ ୩ ଯୁବକ କଫି ବଗିଚା ରାସ୍ତା ଦେଇ ବ୍ରାହ୍ମଣୀଗାଁ ପଟେ ଯାଉଥିଲେ ତେବେ ପର୍ଯ୍ୟଟନକ୍ଷେତ୍ର ଡୁଲୁରୀ ପାଇନ ବଣ ପୂର୍ବରୁ ଏକ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ବାଇକ୍‌ଟି ସିଧା ଡୁଲୁରୀ ନାଳ ଭିତରକୁ ଚାଲିଯାଇଥିଲା । ଖବର ପାଇ ଅଗ୍ନିଶମ ବିଭାଗର ଆସିଷ୍ଟାଣ୍ଡ ଷ୍ଟେଶନ ଅଫିସର ଧବଳେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ ହାବିଲଦାର ସତ୍ୟନାରାୟଣ ବେହେରା, ଡ୍ରାଇଭର ଚିନ୍ମୟ ପରିଡ଼ା, ସାଜନ ବେହେରା, ଜୁଗୁନୁ ବେହେରା, ପ୍ରିୟବ୍ରତ ସେନାପତି, ସୌରାଜ ଡାକୁଆ ପ୍ରମୁଖ ପହଞ୍ଚି ୩ ଗୁରୁତର ଯୁବକଙ୍କୁ ଉଦ୍ଧାର କରି ସେମାନଙ୍କୁ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ତେବେ ସେମାନଙ୍କ ମୃତ୍ୟୁ ହୋଇଯାଇଥିବା ଡାକ୍ତର ଘୋଷଣା କରିଥିଲେ। ମୃତକମାନଙ୍କ ପରିଚୟ ମିଳି ନ ଥିବାରୁ ପୋଲିସ ୩ ଯୁବକଙ୍କ ମୃତଦେହକୁ ଜବତ କରି ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ର ପରିସର ମଧ୍ୟରେ ରଖାଯାଇଛି ବୋଲି କୁହାଯାଇଛି। ଏଭଳି ବଡ଼ଧରଣର ଦୁର୍ଘଟଣା ଖବର ପାଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
Leave A Reply