ବାଲିଗୁଡା,୩୦/୮-; ଆଦିବାସୀ ମହାବିଦ୍ୟାଳୟର ୪୭ତମ ସ୍ୱନକ୍ଷୟତ୍ର ଦିବସ ଅଧକ୍ଷ ଲକ୍ଷ୍ମଣ ପାଲଙ୍କ ସଭାପତିତ୍ୱରେ ପାଲିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ଉପଜିଲ୍ଲାପାଳ ପ୍ରଣୀତା ଦାସ ,ାମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ମହାବିଦ୍ୟାଳୟ ଅଧକ୍ଷ ଡ ମଧୁସୁଦନ ମହାପାତ୍ର ଏହି ମାହାବିଦ୍ୟାଳୟଟି କିଭଳି ଆରମ୍ଭ ହୋଇଥିଲା ଓ ଏଠାର ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ ମାନଙ୍କ ମଧ୍ୟରେ କିଭଲି ସର୍ମ୍ପକ ଥିଲା ଏବଂ କିଭଳି ମହାବିଦ୍ୟାଲୟ ଗଢିଉଠିଛି ଉପରେ କହିଥିଲେ । ସମ୍ମାନିତ ଅତିଥୀ ଭାବେ ମହାବିଦ୍ୟାଲୟର ପ୍ରତିଷ୍ଠାତା ସଦସ୍ୟ ତଥା ବରିଷ୍ଟ ଆଇନଜୀବି କୌଶିକ ସାହୁ,ଏସବିଆଇର ପ୍ରବନ୍ଧକ ଅକ୍ଷୟ ବେହେରା ଓ ମହାବିଦ୍ୟାଲୟର ଉପସଭାପତି ଅଧ୍ୟାପକ ନିଳାଂଚଳ ମହାରଣା ପ୍ରମୁଖ ମଂଚାସିନ ଥିଲା ,ଅଧ୍ୟାପକ ଡା ଶୁଶାନ୍ତ କୁମାର ଦାସ ମହାବିଦ୍ୟାଳୟର ଇତିହାସ ଓ ଭିତିଭୁମି ବିକାଶ ନିମନ୍ତେ କଣକଣ ଆବଷ୍ୟକ ରହିଛି ତାରି ଉପରେ କହିଥିଲେ । ଶେଷରେ ବାଣିଜ୍ୟ ବିଭାଗ ଅଧ୍ୟାପକ ସରୋଜ କୁମାର ପାଠୀ ଧନ୍ୟବାଦ ଦେଇଥିଲେ । ଛାତ୍ରଛାତ୍ରୀ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ଅତିଥିଙ୍କ ଦ୍ୱାରା କୃତିଡଛାତ୍ରଛାତ୍ରୀଙ୍କୁ ପୁରଷ୍କୃତ କରାଯା୍ାଇଥିଲା ।