Odisha news

ସ୍ବାସ୍ଥ୍ୟକର୍ମୀ ଦମ୍ପତ୍ତିଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ :  ସ୍ବାସ୍ଥ୍ୟ କର୍ମୀ ଦମ୍ପତ୍ତିଙ୍କୁ ଘେରିଲେ ପଞ୍ଚାୟତବାସୀ 

0
ବାଲିଗୁଡା, ତା, ୧୦/୦୮:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ୍ ଗୁମିକିଆ ପଞ୍ଚାୟତରେ ଥିବା ସ୍ବାସ୍ଥ୍ୟକର୍ମୀ ଦମ୍ପତ୍ତିଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ ଆସିବା ସହ ଉକ୍ତ ସ୍ବାସ୍ଥ୍ୟ କର୍ମୀ ଦମ୍ପତ୍ତିଙ୍କୁ ପଞ୍ଚାୟତବାସୀ ଘେରିଥିବା ଜଣାପଡିଛି।ସୂଚନା ରୁ ପ୍ରକାଶ ଯେ, ଉକ୍ତ ସ୍ବାସ୍ଥ୍ୟ କର୍ମୀ ଦମ୍ପତ୍ତି ଆରୋଗ୍ୟ କେନ୍ଦ୍ରକୁ ନିୟମିତ ଆସୁନଥିବା ବେଳେ ପ୍ରସୂତୀ ମହିଳା ମାନଙ୍କ ମମତା କାର୍ଡ କରାଇବା ପାଇଁ ୨୫୦ ଟଙ୍କା ଓ ଟ୍ରାକିଂ ନମ୍ବର ପାଇଁ ୧୦୦ ଟଙ୍କା ଲେଖାଏଁ ଲାଞ୍ଚ ମାଗୁଥିବା ଅଭିଯୋଗ ହୋଇଛି l  ଯେଉଁ ମହିଳା ଟଙ୍କା ନଦେଇ ପାରନ୍ତି ସେମାନଙ୍କୁ ହଇରାଣ ହରକତ କରାଉଥିବା ଦମ୍ପତ୍ତିଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଅଞ୍ଚଳବାସୀ । ଅଭିଯୋଗ ପ୍ରକାରେ ଗୁମିକିଆ ସ୍ବାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରରେ କାର୍ଯ୍ୟରତ ଏଏନ୍ଏମ୍ ମିନତି କୁମାରୀ ସ୍ବାଇଁ ଓ ତାଙ୍କ ସ୍ବାସ୍ଥ୍ୟକର୍ମୀ ସ୍ବାମୀ ଶିବପ୍ରସାଦ ପାଢ଼ୀ ଦୀର୍ଘ ଦିନ ଧରି ଅଞ୍ଚଳବାସୀଙ୍କୁ ସେବା ଯୋଗାଇବା ନାଁ ରେ ଶୋଷଣ କରୁଥିବା ଅଭିଯୋଗ ଉଠାଇଛନ୍ତି ଅଞ୍ଚଳବାସୀ । ଶେଷରେ ଅତିଷ୍ଠ ହୋଇ ପଞ୍ଚାୟତବାସୀ ଏକତ୍ରିତ ହୋଇ ସରପଞ୍ଚଙ୍କ ସହଯୋଗରେ ସ୍ବାସ୍ଥ୍ୟକର୍ମୀ ଦମ୍ପତ୍ତି ପଞ୍ଚାୟତ କାର୍ଯ୍ୟାଳୟରେ ଘେରିଥିଲେ । ଘଣ୍ଟା ଘଣ୍ଟା ଧରି କଥା କଟାକଟି ପରେ ମଧ୍ୟ ଦୋଷ ମାନୁ ନାହାନ୍ତି ଲାଞ୍ଚୁଆ ଦମ୍ପତ୍ତି । ଫଳରେ ଘଟଣା ସ୍ଥଳରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଅନ୍ୟପଟେ ସରକାର ଯୋଗାଉଥିବା ମାଗଣା ସେବା ଅଞ୍ଚଳବାସୀଙ୍କୁ ନଦେଇ ଏହି ସ୍ବାମୀ ସ୍ତ୍ରୀ ଅଞ୍ଚଳବାସୀଙ୍କ ଠାରୁ ଟଙ୍କା କଣ ପାଇଁ ମାଗୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ପ୍ରସୂତି ମହିଳା । ଅଞ୍ଚଳର ନିରୀହ ଜନସାଧାରଣଙ୍କ ସ୍ବାର୍ଥକୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଘଟଣାକୁ ଗୁରୁତ୍ବ ଦେଇ ଦୁଇ ସ୍ବାସ୍ଥ୍ୟକର୍ମୀ ଦମ୍ପତ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ଉପଯୁକ୍ତ ସେବା ଯୋଗାଇ ପାରୁଥିବା ସ୍ବାସ୍ଥ୍ୟକର୍ମୀଙ୍କୁ ନିୟୋଜିତ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ସେପଟେ ଏନେଇ ଆଗରୁ ଆମକୁ ଅଭିଯୋଗ ଆସିଥିଲା ଏବଂ ଆମେ ଏହାର ତଦନ୍ତ କରି ଅଭିଯୋଗର ସତ୍ୟତା ଥିବା ଜାଣିବାକୁ ପାଇଛୁ । ପୁଣି ଥରେ ସେହି ଅଞ୍ଚଳକୁ ଯାଇ ଏନେଇ ଅଧିକ ତଦନ୍ତ କରିବୁ ବୋଲି ଦାରିଙ୍ଗବାଡି ଗୋଷ୍ଠୀ ଚିକିତ୍ସାଳୟ ଅଧିକାରୀ ଜାକେଶ ସାମନ୍ତରାୟ ପ୍ରକାଶ କରିଛନ୍ତି।
Leave A Reply