ବାଲିଗୁଡା,୯/୮-; ବାଲିଗୁଡା ଠାରେ ବିଶ୍ୱ ଆଦିବାସି ଦିବସୁ ପାଳନ ହୋାଯାଇଛି ି । ନେତୃତ୍ୱରେ ପ୍ରଥମେ ସ୍ଥାନୀୟ କୁଇକୁଳ କାର୍ଯ୍ୟାଳୟ ଠାରୁ ଏକ ପଦଯାତ୍ରାରେ ବାହାରି ସଭାଗୃହ ଠାରେ ପହଁଚିଥିଲେ । ଏହି ପଦଯାତ୍ରାରେ ପାରମ୍ପାରିକ ଢଙ୍ଗରେ ବାହାରି ବିଭିନ୍ନ ନାରାବାଜି ଦେଇଥିଲେ । ସଭାଗୃହଠାରେ ଏକ ସଭାର ଆୟୋଜନ କରାଯାଇଥିଲା । ଏଥିରେ ଅଶୋକ ମଳିକସରପଂଚ ତଥା ବିଶ୍ୱ ଆଦିବାସୀ ଦିବସ ପାଳନ ପରିଚାଳନା କମିଟିର ସଭାପତି ଓ ଦୟାନିଧି ମଳିକ,ସମ୍ପାଦକ ତଥା ସମିତିସଭ୍ୟ,ଅତିଥି ଭାବେ ନନ୍ଦିନୀ ମଳିକ ଜିଲ୍ଲା ପରିଷଦ ଅଧକ୍ଷା, ଚକ୍ରମଣି କହଁର ବିଧାୟକ, ,ସିନାଲା ପ୍ରଧାନ-ସଭାପତି କୁଇକୁଳ ସମିତି କ.ନୁଆଗାଁ,ବିନୋଦ ପ୍ରଧାନ-ଫୁଲବାଣୀ,ପ୍ରଦୀପ କୁମାର କହଁର ରାଜ୍ୟ ସଭାପତି ରଷ୍ଟ୍ରିୟ ଆଦିବାସ ସେବୁଲ ଏରିଆ ସଂଘର୍ଷ ସମିତି ନକ୍ଷତ୍ର ମଳିକ,କୋଷାଧକ୍ଷ ବିଶ୍ୱ ଆଦିବାସୀ ଦିବସ ପାଳନ ପରିଚାଳନା କମିଟି ପ୍ରମୁଖ ମଂଚାସିନ ଥିଲେ । ଆଦିବାସୀ କିପରି ତାଙ୍କର ସାମାଜିକ ଅଧିକାର ଏବଂ ଭାଷା ସଂସ୍କୃତି ପରମ୍ପରା ଏବଂ ସଭ୍ୟାତାକୁ ସୁରକ୍ଷା କରି ପାରିବ ଓ ନିଜର ସମସ୍ୟା ପ୍ରତି କିପରି ସଚେତନ ସୃଷ୍ଟି କରାଯା୍ାଇପାରିବ ତାରି ଉପରେ ଆଲୋଚନା ହୋଇଯାଇଛିି । ଅନେକ ଆଦିବାସୀ ଲୋକ ଉପସ୍ଥିତ ଥିଲେ ।