Odisha news

ବାରମ୍ବାର ବିଦ୍ୟୁତ କାଟ : ରାଇକିଆ ବିଦ୍ୟୁରେ ଚାଲିଛି ବାଲିଗୁଡା

0

ବାଲିଗୁଡା,୮/୮-; ବାଲିଗୁଡାରେ ବାରମ୍ବାର ବିଦୁ୍ୟତ କାଟ ହେଉଛି । ଯାହାକି ସାଧାରଣ ଲୋକଙ୍କ ସହ ପ୍ରଶାସନିକ ଏବଂ ସମସ୍ତ କାର୍ଯ୍ୟରେ ବାଧା ଉପୁଜୁଛି । ଗତକିଛି ଦିନ ହେବ ବାଲିଗୁଡା ସହରର ତଥା ଆଖପାଖ ଅଂଚଳରେ ବିଦ୍ୟୁତ କାଟ ହେଉଛି ତାହାବି ବିନା ଘୋଷଣାରେ । ବିଦୁ୍ୟତ କାଟ ଯୋଗୁଁ ସରକାରୀ କାର୍ଯ୍ୟ ,ମେଡିକାଲ ସମେତ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଆଦି ସବୁ ସ୍ତରରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଦୁ୍ୟତ କାଟ ହୋଇଗଲେ ନେଟଓର୍କ କାମ କରୁନି । ବିଦ୍ୟୁତ ବିଭାଗ ଖରାଦିନରେ ବିଦୁ୍ୟତ କାଟ କରୁଥିଲା ବର୍ତମାନ ବର୍ଷା ଦିନରେ ବର୍ଷା ନଥାଇ ବାରମ୍ବାର ବିଦୁ୍ୟତ କାଟ ହେଉଛି । ଏହି ବାବଦରେ ବାଲିଗୁଡା ବିଦୁ୍ୟତ ବିଭାଗର ଯନ୍ତ୍ରୀ ସଂଗ୍ରାମ ସ୍ୱାଇଁ କହିଛନ୍ତି ବାଲିଗୁଡା ରାଇକିଆ ବିଦ୍ୟୁତରେ ଚାଲିଛି ,ଯାହାକି ଆବଷ୍ୟକ ଅନୁଯାୟୀ ବିଦୁ୍ୟତ ଯୋଗଇଣ ହୋଇପାରୁନି ଯାହାଫଳରେ ବାରମ୍ବାର ବିଦ୍ୟୁତ କାଟ ହେଉଛି । ବାଲିଗୁଡା ନିକଟରେ ଥିବା ସିର୍ତିଗୁଡା ଗ୍ରୀଡ କାର୍ଯ୍ୟକ୍ଷମ ହୋଇଗଲେ ଏହି ସମସ୍ୟା ରହିବ ନାହିଁ । କିନ୍ତୁ ତାହା କାର୍ଯର୍୍ୟକ୍ଷମ ନହେବା ପର୍ଯ୍ୟନ୍ତ ଏହିପରି ସମସ୍ୟା ଲାଗିରହିଥିବ ବୋଲି କହିଛନ୍ତି । ସିର୍ତିଗୁଡା ଗ୍ରୀଡକୁ କାର୍ଯ୍ୟକ୍ଷମ କରିବାକୁ ଅନେକ ଥର ଖବର ପ୍ରସାରଣ ହୋଇଗଲାଣି କିନ୍ତୁ ସ୍ତାନୀୟ ନେତା ଓ ପ୍ରଶାସନିକ ଅଧିକାରୀ ମାନଙ୍କ ଇଛାଶକ୍ତି ଅଭାବ ନା ଗ୍ରୀଡ କାର୍ଯ୍ୟକ୍ଷମ ହେବାକୁ ଗୁରୁତ୍ୱ ଦେଉନାହାନ୍ତି ଯାହାଫଳରେ ଅଂଚଳବାସୀ ସବୁ ସମୟରେ ବିଦ୍ୟୁତ କାଟର ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

Leave A Reply