ଶିଶୁ ସ୍ନେହି ଚିକିତ୍ସlଳୟ (ବେବୀ ଫ୍ରେଣ୍ଡଲୀ ହସପିଟାଲ) କୁ ନେଇ ବାଲିଗୁଡା ଉପଖଣ୍ଡ ଚିକିତ୍ସlଳୟକୁ ରାଜ୍ୟ ସ୍ତରୀୟ ପୁରଷ୍କାର
ବାଲିଗୁଡା,୭/୮(ନିପ୍ର)-; ବାଲିଗୁଡା ଉପଖଣ୍ଡ ଚିକିତ୍ସlଳୟ କୁ ଶିଶୁ ସ୍ନେହି ଚିକିତ୍ସlଳୟ (ବେବୀ ଫ୍ରେଣ୍ଡଲୀ ହସପିଟାଲ) କୁ ନେଇ ଆଜି ରାଜ୍ୟ ସ୍ତରୀୟ ପୁରଷ୍କାର ମିଳିଛି । ଭୁବନେଶ୍ୱର ଗିତାଗୋବିନ୍ଦ ଭବନ ଠାରେ ଆୟୋଜିତ ହୋଇଥିବା ବିଶ୍ୱ ସ୍ତନ୍ୟପାନ ଦିବସ ଅବସରରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେସ ମହାଲିଙ୍ଗନ ଙ୍କ ଠାରୁ ଉପଖଣ୍ଡ ଚିକିତ୍ସlଳୟ ଅଧିକାରୀ ଡା ଶ୍ରବଣ କୁମାର ସାହୁକାର ପୁରଷ୍କାର ଗ୍ରହଣକରିଛନ୍ତି । ପୁରଷ୍କାରରେ ମାନପତ୍ର,ଟ୍ରଫି ସହ ୧୦ହଜାର ଟଙ୍କାର ଚେକ ଗ୍ରହଣ କରିଛନ୍ତି । ପୁରଷ୍କାର ବିତରଣି ସମୟରେ ଡା ରାଜ୍ୟଶ୍ରୀ ପଟ୍ଟନାୟକ.ଡାଓରେକ୍ଟର ଫେମିଲି େଓଲଫର ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ । ବାଲିଗୁଡା ଉପଖଣ୍ଡ ଚିକିତ୍ସlଳୟ ଅଧିକାରୀ କହିଛନ୍ତି ଆମ ଚିକିତ୍ସlଳୟରେ ପିଲା ମାନଙ୍କ ପ୍ରକୃତଯନô ନେଉଛୁ ତା ସହିତ ସମସ୍ତ ରୋଗୀଙ୍କର ମଧ୍ୟ ଯନô ନେଉଛୁ ଓ ସେବା କରୁଛୁ,ଭଲ ସେବା ପାଇଁ ଆମର ଲକ୍ଷ ବୋଲି କହିଛନ୍ତି । ଏହି ପୁରଷ୍କାର ପାଇଁ ଉପଖଣ୍ଡ ଚିକିତ୍ସlଳୟ ର ସମସ୍ତ ଡାକ୍ତର ଓ କର୍ମଚାରୀ ମାନେ ଖୁସି ବ୍ୟକ୍ତ କରିଥିବା ବେଳେ ସମସ୍ତ ମହଲରୁ ସୁଭେଛାର ଶୁଅ ଛୁଟିଛି ।