ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନଏସିର ୨୩ ତମ ଅଧିବେଶନ ସ୍ଥାନୀୟ ଉପଜିଲ୍ଲାପାଳ ତଥା ଏନଏସିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼.ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏନଏସି କାର୍ଯ୍ୟାଳୟର ସଭାଗୃହଠାରେ ଆୟୋଜିତ ହୋଇଥିଲା l
ଉକ୍ତ ବୈଠକରେ ୨ଟି ନୂତନ ପ୍ରକଳ୍ପ ଯଥା, ନୂଆ ମୁଣ୍ଡା ପୋଖରୀର ପୁନଃରୁଦ୍ଧାର, ତ୍ରିବେଦୀ ପାର୍କ ସମ୍ମୁଖରେ ଖାଲି ଜାଗା ଉପରେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଅନୁମୋଦନ କରାଯାଇଛି, ଏହା ସହ ବାଲିଗୁଡା ଏନଏସିର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଅଧ୍ୟକ୍ଷ ଲୋକନାଥ ପାଢ଼ୀଙ୍କ ଅନୁମତି କ୍ରମେ କାଉନସିଲର ମାନଙ୍କ ସହ ଆଲୋଚନା କରିଥିଲେ l
ଏହି ବୈଠକରେ ବାଲିଗୁଡ଼ା ନଗର ଅଧ୍ୟକ୍ଷ ଲୋକନାଥ ପାଢ଼ୀ, ବାଲିଗୁଡ଼ା ନଗର ବିଧାୟକ ପ୍ରତିନିଧି ଅବନୀ କାନ୍ତ ନାୟକ, ବାଲିଗୁଡ଼ା ଉପଜିଲ୍ଲାପାଳ ତଥା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଶୁଭଙ୍କର ମହାପାତ୍ର, ଏନଏସିର ସ୍ୱଚ୍ଛ ଓ ପରିମଳ ବିଭାଗ ଅଧିକାରୀ ରାଜକିଶୋର ସାହୁ, ସମସ୍ତ କାଉନସିଲର ଓ କର୍ମଚାରୀ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ l