ବାଲିଗୁଡା :କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଅଧୀନସ୍ତ ସାରଙ୍ଗଗଡ଼ରେ ବହୁ ଚର୍ଚ୍ଚିତ ଫାର୍ମାସିଷ୍ଟ ଛାତ୍ରଙ୍କ ଗଳିତ ଶବ ଉଦ୍ଧାର ଘଟଣା ଏବେ ବି ରହସ୍ୟ ମଧ୍ୟରେ ରହିଛି, ମୃତକଙ୍କ ପରିବାର ଲୋକେ ଏହା ପ୍ରେମ ଜନିତ ହତ୍ୟାକାଣ୍ଡ ବୋଲି ଦାବୀ କରୁଥିବା ବେଳେ ପୋଲିସ ଏହା ହତ୍ୟା ନା ଆତ୍ମହତ୍ୟା ଏ ଯାଏଁ ସ୍ପଷ୍ଟ କରିନି l
ଅକଟୋବର 14 ତାରିଖରୁ ନିଖୋଜ ଯୁବକଙ୍କ ଗଳିତଶବକୁ 17 ତାରିଖରେ ପୋଲିସ ଅଗ୍ନିଶମ ବାହିନୀ ସହାୟତାରେ କଲୋନୀ ସାହିର ଏକ ପରିତ୍ୟକ୍ତ କୂଅରୁ ଉଦ୍ଧାର କରି ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ସାହାଯ୍ୟରେ ତଦନ୍ତ ଚଳାଇଥିଲେ ବି ପୋଲିସ ହତ୍ୟାକାରୀ ର ସୁରାକ ଏଯାଏଁ ପାଇନି l ବାହାଡାପଦାର କଲେଜ ଛାତ୍ର ଶରଣ ପଞ୍ଜର ନାୟକ(21) 14 ତାରିଖ ଦିନ ନିଜ ଜେଜେ ମାଆଙ୍କ ମୃତ୍ୟୁ ହୋଇଥିଲା ଜେଜେମାଙ୍କ ଶବଦାହ କରିବାକୁ ଯାଇ ଆଉ ସେ ଘରକୁ ଫେରିନ ଥିଲେ ପରିବାର ଲୋକେ ବହୁ ଖୋଜାଖୋଜି ପରେ ସନ୍ଧାନ ମିଳିନଥିଲା ଏନେଇ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ ଶୁକ୍ରବାର ସନ୍ଧ୍ୟାରେ ପରିବାର ଲୋକେ କୂଅରେ ଶବ ଭାସୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ ଓ କଲୋନୀ ସାହିର ହରି ଶଙ୍କର ପାତ୍ରଙ୍କ ନାମରେ ହତ୍ୟା ଅଭିଯୋଗ ଆଣିଥିଲେ ପରିବାର ଲୋକେ l
ପରିବାର ଲୋକ ହତ୍ୟାକାଣ୍ଡ ପ୍ରେମ ଜନିତ ଅଭିଯୋଗକାରୀ ମୃତ୍ୟୁ ପାଇଁ ପ୍ରେମିକାଙ୍କ ପରିବାରଙ୍କୁ ଦାୟୀ କରିଥିଲେ l ପୋଲିସ ଏତଲା କ୍ରମେ ପ୍ରେମିକାର ପରିବାରକୁ ଥାନାରେ ପଚର ଉଚରା ପାଇଁ ଆଣି ଛାଡି ଦେଉଥିବା ରୁ ସ୍ଥାନୀୟ ଲୋକଙ୍କ ଅସନ୍ତୋଷ ପ୍ରକାଶ କରି ଗତ 23 ତାରିଖ ଦିନ ସାରଙ୍ଗଡ଼ ଥାନାକୁ ଘେରାଉ ଓ ଟାୟାର ଜାଳି ରାସ୍ତା ଅବରୋଧ କାରାଯାଇଥିଲା ଦୀର୍ଘ ଆଠ ଘଣ୍ଟା ଧରି ରାଜରାସ୍ତାକୁ ଅବରୋଧ ପରେ ସାରଙ୍ଗଡ଼ରେ କନ୍ଧମାଳ ଏସପି ଓ ଜ଼ିଲ୍ଲାପାଳ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହିତ ହତ୍ୟା ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ନିର୍ଭର ପ୍ରତିଶୃତି ଦେବାପରେ ରାସ୍ତା ଅବରୋଧ ହଟିଥିଲା କିନ୍ତୁ ତଦନ୍ତର ଆଳ ଦେଖାଇ ସାରଙ୍ଗଡ଼ ଥାନା ପୋଲିସ ଦିନଗଡ଼ାଇ ଚାଲିଛି ଏବଂ ପୁଣି ଥାନାରେ ଅଟକ ରଖିଥିବା ହରିଶଙ୍କରଙ୍କ ପରିବାର ଲୋକଙ୍କୁ ପୋଲିସ ପ୍ରତ୍ୟେକ ଦିନ ରାତିରେ ଛାଡିଦେଉଛି l ପୋଲିସର ଟାଳଟୁଳ ନୀତିଯୋଗୁଁ ପୋଲିସ ଠାରୁ ନ୍ୟାୟ ପାଇବାରେ ବଞ୍ଚିତ ଅଛନ୍ତି ମୃତ ଶରଣପଞ୍ଜରଙ୍କ ପରିବାର ଲୋକେ l ଆଜକୁ 25 ଦିନରୁ ଉର୍ଦ୍ଧ ସମୟ ବିତିଯାଇଥିଲେ ମଧ୍ୟ ପୋଲିସ ହତ୍ୟାକାରୀର ସନ୍ଧାନ ପାଇନି ଫଳରେ ସ୍ଥାନୀୟ ପୋଲିସ ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ୱାସ ତୁଟି ଯାଇଥିବା କହିଛନ୍ତି ପରିବାର ଲୋକେ l ନ୍ୟାୟ ପାଇଁ ଅପେକ୍ଷା କରିଛନ୍ତି ପରିବାର ଲୋକେ l
ଶରଣ ପଞ୍ଜରଙ୍କୁ ଝୁରି ହେଉଛନ୍ତି ମାଆ ଓ ପରିଜନ l ପରିବାର ପରିଜନଙ୍କ ଆଖିରୁ ଶୁଖୁନି ଲୁହ ହତ୍ୟାଅଭିଯୁକ୍ତଙ୍କୁ କୋଠର ଦଣ୍ଡ ବିଧାନ ପାଇଁ ଦାବୀ କରିଛନ୍ତି ପରିବାର ଲୋକେ ଶରଣପଞ୍ଜରଙ୍କ ମୃତ୍ୟୁ ଘଟଣା ଏବେବି ରହସ୍ୟହୋଇ ରହିଛି l ଏହା ହତ୍ୟାକାଣ୍ଡ ନା ଆତ୍ମହତ୍ୟା ଏଯାଏଁ ମୃତ୍ୟୁର କାରଣ ପୋଲିସ ସ୍ପଷ୍ଟ କରିନି l ଏନେଇ ଘୁ.ଉଦୟଗିରି ଏସଡିପିଓ- ଡି.ଟି.ଆର.ପଟ୍ଟନାୟକଙ୍କୁ ପଚାରିବାରୁ ସେ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ଓ ଭିସାରା ରିପୋର୍ଟ କୁ ଅପେକ୍ଷା କରାଯାଇଥିବା ବିଷୟ କହିଛନ୍ତି l