Odisha news

ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ଚୋରି, ମାମଲା ରୁଜୁ

0

ବାଲିଗୁଡା,: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ  ତୁମୁଡ଼ିବନ୍ଧ ଥାନାର  ବଜାର ସାହିରି ଜନୈକ ବ୍ୟକ୍ତିଙ୍କ ଘରୁ ଲକ୍ଷାଧିକ ଟଙ୍କାର ସମ୍ପତି ଚୋରି ହୋଇଥିବା ନେଇ ଥାନାରେ ଏତଲା ଦିଆଯାଇଛି। ଏତଲା ପ୍ରକାରେ ପୁଲିସ୍‍ କେସ ନଂ ୮୧ା୨୦ରେ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିବା ବେଳେ ଘଟଣା ସ୍ଥଳରେ ସାଇଣ୍ଟିଫିକ୍‍ ଟିମ୍‍ ଓ ସନ୍ଧାନୀ କୁକୁର ପହଞ୍ଚି ତନଖି କରିଛନ୍ତି। ରିପୋର୍ଟ ଲେଖାହେବା ସୁଦ୍ଧା କାହାରିକୁ ମଧ୍ୟ ଗିରଫ କରାଯାଇ ନ ଥିବା ପ୍ରକାଶ।ଖବର ପ୍ରକାର, ତୁମୁଡ଼ିବନ୍ଧ ବଜାର ମଧ୍ୟରେ ରହୁଥିବା ମଂଜୁ ପଟନାୟକ ନାମକ ଏକ ମହିଳା ଓ ତାଙ୍କ ପରିବାରର ସଦସ୍ୟମାନେ କୌଣସି କାର୍ଯ୍ୟରେ ଗତ ୪ ତାରିଖ ଦିନ ବିଶାଖାପାଟଣା ଯାଇଥିବା ବେଳେ ଆଜି ସେମାନେ ମଧ୍ୟାହ୍ନରେ ଫେରିଥିଲେ। ତେବେ ଫରି ଦେଖିଲା ବେଳେ ଘରର କବାଟ ଭାଙ୍ଗାଯିବା ସହିତ ଘରୁ ୪ ତୋଳା ସୁନା, ୧୪ ତେଳା ରୁପା ସହିତ ନଗର ୫୦ ହଜାର ଟଙ୍କା ଓ କିଛି ଦାମିକିଆ ଶାଢୀ ଚୋରି ହୋଇଯାଇଥିବା ନେଇ ଦିନ ପ୍ରାୟ ୧ଟା ବେଳେ ଥାନାରେ ଏତଲା ଦେଇଥିଲେ। ତୁମୁଡ଼ିବନ୍ଧ ଥାନା ଅଧିକାରୀ ବାବା ଶଙ୍କର ସରାଫ୍‍ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଏହି ଘଟଣା ସଂପୃକ୍ତ ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଥିବା ବେଳେ ବଜାରର ବ୍ୟବସାୟୀଙ୍କ ମଧ୍ୟରେ ଭାଳେଣି ପଡ଼ିଯାଇଛି। ପୁଲିସ୍‍ ପକ୍ଷରୁ ରାତ୍ର ପେଟ୍ରୋଲିଂ କଡ଼ାକଡ଼ି କରିବା ପାଇଁ ଦାବି ହୋଇଛି।

Leave A Reply